ବିଷଧର ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ଡାବୁଗାଁ :    ଡାବୁଗାଁ ଥାନା ବନ୍ଧକଣା ଗ୍ରାମରେ ଜଣେ ମହିଳା ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡିବାରୁ ତାଙ୍କର ମୃତ୍ୟୁ ଘଟିଛି  । ମୃତ ମହିଳା ଜଣକ ହେଲେ ବନ୍ଧକଣା ଗ୍ରାମର ଶୋଭା ମୁଦୁଲି ଙ୍କ ସ୍ତ୍ରୀ ଚଞ୍ଚଳା ମୁଦୁଲି (୩୫) । ମୃତ ଚଂଚଲା ମୁଦୁଲି ର ସ୍ବାମୀ ଶୋଭା ମୁଦୁଲି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି  ।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ବନ୍ଧକଣା ଗ୍ରାମର ଶୋଭା ମୁଦୁଲି ଓ ସ୍ତ୍ରୀ ଚଞ୍ଚଳା ମୁଦୁଲି  ରବିବାର ରାତିରେ ଖାଇବା ପରେ ଶୋଇ ପଡ଼ିଥିଲେ ।  ତେବେ  ଶୋଇ ଥିବା ସମୟରେ ଏକ ବିଷଧର ସାପ ଚଞ୍ଚଳା ର ଡାହାଣ ହାତର ଏକ ଆଙ୍ଗୁଠିକୁ କାମୁଡି ଥିଲା । ନିଦ୍ରା ରେ ଥିବା  ଚଞ୍ଚଳା ସାପ କାମୁଡି ଥିବା ନେଇ  ଜାଣି ପାରି ନ ଥିଲା  । ଆଜି ସକାଳ ପ୍ରାୟ ୫ ଘଣ୍ଟ ସମୟରେ  ଏକ ବିଷଧର ସାପ ଚଞ୍ଚଳା ମୁଦୁଲି ର ଗୋଡ଼ ନିକଟରେ ରହିଥିବା ଶୋଭା ଦେଖିଥିଲେ  । ସ୍ଵାମୀ ଚଞ୍ଚଳା କୁ ଉଠାଇ ବାରୁ ସେ ଅଚେତ୍ ଅବସ୍ଥାରେ ଥିଲା ।  ସ୍ଵାମୀ ଚଞ୍ଚଳା କୁ ବିଷଧର ସାପ କାମୁଡିଥିବା ନେଇ ସନ୍ଦେହ ହୋଇଥିଲା । ତୁରନ୍ତ ଏକ ଆମ୍ବୁଲେନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।  କିନ୍ତୁ ଡାକ୍ତର ସେଠାରେ ଚଞ୍ଚଳା କୁ ମୃତ ଘୋଷଣା କରିଥିଲେ । ମୃତ ଚଂଚଳା ର ସ୍ବାମୀ ଶୋଭା ମୁଦୁଲି ଏ ନେଇ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୋଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ  ମାମଲା ୨୨/୨୦ ରୁଜୁ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର