ନବରଙ୍ଗପୁର: ନବରଙ୍ଗପୁର ଥାନା ଅର୍ନ୍ତଗତ ମାଝିଗୁଡା ଗାଁ ନିକଟ ପଡ଼ିଆରେ ଅଭିମନ୍ୟୁ ଭତରାଙ୍କ ପତ୍ନୀ ପଦ୍ମିନୀ ଭତରା(୪୦)ଙ୍କର ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଛି। ମୁହଁର ଗୋଟିଏ ପାର୍ଶ୍ବରେ ଆଘାତ ଚିହ୍ନ ରହିଛି। ଗାଁ ପଡ଼ିଆରେ ପଦ୍ମିନୀଙ୍କ ମରଶରୀରକୁ ଦେଖି ଗ୍ରାମବାସୀ ଓ ପରିବାରବର୍ଗ ନବରଙ୍ଗପୁର ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପ୍ରାଥମିକ ତଦନ୍ତ ପରେ  ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛି। 

Advertisment

ରବିବାର ଭୋରରେ ପଦ୍ମିନୀ ଗାଁ ନିକଟର ଜମିକୁ ଶୌଚ ପାଇଁ ଯାଇ ଫେରି ନଥିଲେ। ତା ପରେ ସ୍ବାମୀ ଅଭିମନ୍ୟୁ ଓପରିବାରବର୍ଗ ବହୁ ଖୋଜାଖୋଜି କରିଥିଲେ। ଗାଁର କିଛି ଲୋକେ ପଦ୍ମିନୀ ଜମିରେ ପଡ଼ିଥିବା ଦେଖି ପରିବାରବର୍ଗକୁ ସୂଚନା ଦେଇଥିଲେ। ତା ପରେ ଗ୍ରାମବାସୀ ଓ ପରିବାରବର୍ଗ ପୁଲିସକୁ ସୂଚନା ଦେଇଥିଲେ।

ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତରା, ଥାନା ଅଧିକାରୀ ସମ୍ବିତ ବେହେରା, ଏସଆଇ ସୀମା ଲାକ୍ରା ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ସାଇନଟିପିକ୍ ଟିମ୍ ଓ ଡଗ ସ୍କ୍ବାର୍ଡ ଡକାଇ ଘଟଣାର ତଦନ୍ତ କରିଥିଲେ। ପାରିପାର୍ଶ୍ବିକ ସ୍ଥିତି ଓମୃତ ମହିଳା ପଦ୍ମିନୀର ମୁହଁର ଗୋଟିଏ ପାର୍ଶ୍ବ ନଷ୍ଟ ହୋଇଥିବାରୁ ବନ୍ୟଜନ୍ତୁ କାମୁଡିଥିବା ସଂଦେହ କରାଯାଉଛି ବୋଲି ଥାନା ଅଧିକାରୀ କହିଛନ୍ତି। ମରଶରୀରୀକୁ ଜବତ କରି ବ୍ୟାବଛେଦ ପାଇଁ ନବରଙ୍ଗପୁର ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ପଠାଯାଇଥିଲା ସେଠାରେ ବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ଥାନା ଅଧିକାରୀ। ଘଟଣାର ଅଧିକା ତଦନ୍ତ ଏସଆଇ ସୀମା ଲାକ୍ରା କରୁଛନ୍ତି।  

Nabarangpur