ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ବ୍ଲକ ଅଧୀନସ୍ଥ ଭାରଯୋଡି ଗ୍ରାମର ଦେଉଳା ପଣ୍ଡା (୫୫) ଆଜି ସକାଳେ ଭାଲୁ କାମୁଡାରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଦେଉଳା ପଣ୍ଡା ଏବଂ ତାଙ୍କ ବୋହୂ ଆଜି ସକାଳେ ଗ୍ରାମ ନିକଟସ୍ଥ ନଦୀରୁ ଶୌଚ ହୋଇ ଫେରୁଥିବା ବେଳେ ଜଙ୍ଗଲରୁ ହଠାତ ଗୋଟିଏ ଭାଲୁ ଦୌଡି ଆସି ଦେଉଳାଙ୍କ ଉପରକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଭାଲୁ ତାଙ୍କ ମୁଣ୍ଡ, କାନ, ନାକ ଏବଂ ଦେହର ବିଭିନ୍ନ ସ୍ଥାନକୁ କାମୁଡି କ୍ଷତ ବିକ୍ଷତ କରିଦେଇଥିଲା। ଏହି ସମୟରେ ତାଙ୍କ ବୋହୂ ଚିତ୍କାର କରିବା ସହ ଦୌଡି ଚାଲି ଆସିଥିବାରୁ ସେ ବଂଚି ଯାଇଥିଲେ। ନିକଟ ଜମିରେ କାମ କରୁଥିବା ଗ୍ରାମବାସୀ ଦୌଡି ଯାଇ ଭାଲୁକୁ ଘଉଡାଇବା ସହ ମୁମୂର୍ଷ ଅବସ୍ଥାରେ ଥିବା ମହିଳାଙ୍କୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଡାକ୍ତର ପ୍ରଶାନ୍ତ ଦାସ ପ୍ରାଥମିକ ଚିକିତ୍ସା ଜାରି ରଖିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ୩୦ରୁ ଊର୍ଧ୍ୱ ସିଲେଇ ହୋଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଭାଲୁ କାମୁଡ଼ାରେ ମହିଳା ଗୁରୁତର
/sambad/media/post_attachments/wp-content/uploads/2018/07/bear1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)