ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ସୁଧୀର କୁମ୍ଭାରଙ୍କ ପତ୍ନୀ ପୁର୍ଣ୍ଣିମା କୁମ୍ଭାର ୨୩ ଗତ ଦୁଇଦିନ ପୂର୍ବରୁ ନିଖୋଜ ଥିବାବେଳେ ଆଜି ସକାଳୁ ଏକ ମକା ବାଡରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ବାପାଙ୍କୁ ତାଙ୍କ ଝିଅ ଦୌଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଖବର ଜଣାଇବା ପରେ ବାପା ଗୌରାଙ୍ଗ କୁମ୍ଭାର ରାଇଘରରୁ ଆସି ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଛନ୍ତି । ତେନ୍ତୁଳିଖୁଣ୍ଟି ଅତିରିକ୍ତ ତହସିଲଦାର ରାମ ଗୋବିନ୍ଦ ପରିଡା ଙ୍କ ଉପସ୍ଥିତି ରେ ଶବ ଜବତ କରାଯାଇଛି। ତେନ୍ତୁଳିଖୁଣ୍ଟି ଆଇଆଇସି ପ୍ରମୋଦ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ମୃତ୍ୟର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହାକୁ ନେଇଁ ସାଧାରଣ ରେ କଳ୍ପନା ଜଳ୍ପନା ଚାଲିଛି ।
ସୂଚନା ଅନୁଯାୟୀ ପୁର୍ଣିମା କୁମ୍ଭାର ଗତ ଗୁରୁବାର ଦିନ ପୂର୍ବାହ୍ନ ରେ ନିଜ ସ୍ୱାମୀଙ୍କ ପାଇଁ ମକା ବାଡକୁ ଖାଦ୍ୟ ପହଞ୍ଚାଇ ଆଉ ଘରକୁ ଫେରିନଥିଲେ । ଘର ଲୋକ ବହୁ ଖୋଜାଖୋଜି କରିଥିଲେ ହେଁ ପୁର୍ଣିମା ଙ୍କ ପତ୍ତା ମିଳିନଥିଲା । ଗତକାଲି କେନ୍ଦୁଗୁଡା ନିକଟରେ ଥିବା ଖଣ୍ଡିଆ ଗୁଡା ଗାଁ ନିକଟସ୍ଥ ଏକ ମକା ବାଡରୁ କିଛି ଦୂରରେ ପୁର୍ଣିମାଙ୍କ ଶବ ଝୁଲୁଥୁବା ପରିବାର ଲୋକେ ଖବର ପାଇଥିଲେ । ଖବର ପାଇ ପରିବାରବର୍ଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତେନ୍ତୁଳିଖୁଣ୍ଟି ପୁଲିସ କୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଥିବା ଜଣାପଡିଛି । ଏନେଇ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୨୧/୨୦ ଅନୁଯାୟୀ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଥିବା ବେଳେ ଏଏସଆଇ କୁବେର ଦିଗାଲ କେଶର ତଦନ୍ତ କରୁଛନ୍ତି । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର ପ୍ରକୃତ ଜାରଣ ଜଣାପଡିବ ବୋଲି ଆଇଆଇସି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।