କାର୍‌ ଧକ୍କାରେ ପୂଜକ ଆହତ

ପାପଡାହାଣ୍ଡିି: ପାପଡାହାଣ୍ଡି ବ୍ଲକ ସଦର ମହକୁମା ସ୍ଥିତ ଶିବ ମନ୍ଦିର ନିକଟରେ କାର୍‌ ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି। ଗୁରୁତରଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ୯ଟାରେ ସ୍ଥାନୀୟ ଶିବ ମନ୍ଦିର ପୂଜକ ମହେଶ୍ୱର ପୂଜାରୀ(୩୦) ମନ୍ଦିର ସମ୍ମୁଖ ମୁଖ୍ୟ ରାସ୍ତା ପାର ହେଉଥିଲେ। ଏହି ସମୟରେ କଳାହାଣ୍ଡିରୁ ମାଲକାନଗିରି ଅଭିମୁଖେ ଯାଉଥିବା ଏକ କାର୍‌(ଓଆର ୦୮ଇ ୩୮୦୦) ହଠାତ୍‌ ମହେଶ୍ୱରଙ୍କୁ ଧକ୍କା ଦେଇଥିଲା। କାର୍‌ ଧକ୍କାରେ ମହେଶ୍ୱରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପରେ ସ୍ଥାନୀୟ ଲୋକ ମହେଶ୍ୱରଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କାର୍‌ ମାଲିକ ତଥା ଡ୍ରାଇଭର ପ୍ରବୀଣ ଗୁପ୍ତା ଓ ଗାଡିକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ସମ୍ବନ୍ଧିତ ଖବର