ପାପଡାହାଣ୍ଡି ବ୍ଲକ୍‌ର ମାଝୀଗୁଡା ଗ୍ରାମରେ ସାପ କାମୁଡ଼ାରେ ଯୁବତୀ ମୃତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଧୀନସ୍ଥ ମାଝୀଗୁଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ଡାବୁଗାଁ ବ୍ଲକ ଅଧିନସ୍ଥ ମେଦନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଦଳିଗୁଡା ଗ୍ରାମର ଘସିଆ ଯାନୀଙ୍କ ଝିଅ ବେଳମତି ଯାନୀ (୨୫) ନିଜ ପରିବାର ସହ ଚାଷ କାମ ନିମନ୍ତେ ମାଝୀଗୁଡା ଆସିଥିଲେ । ମାଝୀଗୁଡାରେ ରହୁଥିବା ନିଜ ଦାଦା ନକୁଳ ଯାନୀ ଘରେ ପରିବାର ସହ ରାତିରେ ରହିଥିିଲେ ବେଳମତି।

ରାତିରେ ସମସ୍ତେ ଶୋଇପଡ଼ିବା ପରେ ପ୍ରାୟ ୨ଟା ସମୟରେ ବେଳମତୀଙ୍କ ପିଠିକୁ ଏକ ସାପ କାମୁଡ଼ି ଦେଇଥିଲା। ସାପ କାମୁଡିବାର କିଛି ସମୟ ପରେ ବେଳମତି ପରିବାର ଲୋକଙ୍କୁ ଜଣାଇଲେ ।

ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବେଳମତିଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏ ନେଇ ଘସିଆ ଯାନୀ ପାପଡାହାଣ୍ଡି ଥାନାରେ ଅଭିଯୋଗ ଦେବା ପରେ ପୋଲିସ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏଏସଆଇ ଅନାମ ଡିଆନ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର