ନବରଙ୍ଗପୁର: ଜଣେ ପ୍ରସୁତିମା’ଙ୍କୁ ଜରୁରୀ ସମୟରେ ରକ୍ତ ଦେଇ ଜୀବନଦାନ ଦେଇଛନ୍ତି ନବରଙ୍ଗପୁରର ଦେବେନ୍ଦ୍ର ଗଡ଼ନାୟକ। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ  ପ୍ରସୁତି  ନବଜାତ ଶିଶୁଙ୍କୁ ଜନ୍ମ ଦେଇଥିଲେ। କିଛି ସମୟ ପରେ ପ୍ରସୁତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ତୁରନ୍ତ ବି ପଜିଟିଭ୍  ରକ୍ତର ଆବଶ୍ୟକତା ପଡିଥିଲା।

Advertisment

ଚିକିତ୍ସାଳୟର କାର୍ଯ୍ୟରତ କର୍ମଚାରୀ ଏବଂ ପ୍ରସୁତିଙ୍କ ପରିବାର ବର୍ଗ ରକ୍ତ ଯୋଗାଡ଼ କରିବା ପାଇଁ ସ୍ବେଚ୍ଛାସେବୀ ବିକ୍ରମ ଦାଶଙ୍କ ସହ  ଯୋଗାଯୋଗ କରିଥଲେ। ରକ୍ତ ଦେବା ପାଇଁ ବିକ୍ରମ ଦେବେନ୍ଦ୍ରଙ୍କୁ ଅନୁରୋଧ କରିଥିଲେ। ମଙ୍ଗଳବାର ବାତ୍ୟା ‘ମୋନ୍ଥା’ର ପ୍ରଭାବ ଓ ପ୍ରତିକୂଳ ପାଗରେ ଦେବେନ୍ଦ୍ର ଡିଏଚଏଚ ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ରକ୍ତଦାନ କରି ପ୍ରସୁତି ମାଙ୍କ ଜୀବନ ବଂଚାଇଛନ୍ତି। ଦେବେନ୍ଦ୍ର ଏହା ପୂର୍ବରୁ ଏଭଳି ଜରୁରୀ ରୋଗୀ ଓ ରକ୍ତଦାନ ଶିବିରରେ ସ୍ବେଚ୍ଛାକୃତ ଭାବେ ୩୯ଥର ରକ୍ତଦାନ କରି ସାରିଥିବା କହିଛନ୍ତି। ରକ୍ତଦାନ କରି ଆତ୍ମସନ୍ତୋଷ ଲାଭ କରିଥିବା କହିଛନ୍ତି ଦେବେନ୍ଦ୍ର।