ବିଷାକ୍ତ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ତେଲନଦୀ ଗ୍ରାମର ରାଇଧର ଭୁଞ୍ଜିଆଙ୍କ ଦ୍ଵିତୀୟ ପୁଅ ଭଗବାନ ଭୁଞ୍ଜିଆ(୨୬) ଗତକାଲି ଘରଠାରୁ ଅଧା କିଲୋମିଟର ଦୂରରେ ଥିବା ମକବାଡ଼କୁ ଯାଇଥିଲେ। ସେଠାରେ ହଠାତ୍ ଏକ ବିଷାକ୍ତ ସାପ ତାଙ୍କ ବାମ ଗୋଡ଼କୁ କାମୁଡ଼ି ଦେଇଥିଲା। ଏହା ଜାଣିବା ପରେ ଭଗବାନ ଘରକୁ ଦୌଡ଼ି ଆସି ପରିବାର ଲୋକଙ୍କୁ ଜଣାଇଥିଲା। ତେବେ ପରିବାର ଲୋକ ତୁରନ୍ତ ଭଗବାନଙ୍କୁ ଉମରକୋଟ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ସମୟରେ ଭଗବାନଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।

ଗତକାଲି ଉମରକୋଟ ଥାନାରେ ଲିଖିତ ଅଭିଯୋଗ ଦେବାପରେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଜି ଭଗବାନଙ୍କ ଶବ ତେଲନଦୀ ନିକଟରେ ଶୋକାକୁଳ ପରିବେଶରେ ଶେଷକୃତ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର