ମୈଦଲପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ନବରଙ୍ଗପୁରଜିଲ୍ଲା ମୈଦଲପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।  ଏହି ଘଟଣା ଘଟିଛି ମୈଦଲପୁର ଥାନା ଅଧିନ ଆଉଁଳି ଗ୍ରାମରେ ।ମୃତକ ହେଲେ ତ୍ରିନାଥ ନାୟକ ।

Advertisment

ଅଭିଯୋଗ ପ୍ରକାରେ ରବିବାର ଅପରାହ୍ନ ସାଢ଼େ ୩ଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଚସା ହୋଇଥିଲା । ବଚସା ପରେ ତ୍ରିନାଥଙ୍କୁ ୯ ଜଣ ମିଶି ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ୧୦୮ ଯୋଗେ ମୈଦଲପୁର ମେଡିକାଲକୁ ନେଇଥିଲେ ଲୋକେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପାପଡାହାଣ୍ଡି ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତ୍ରିନାଥଙ୍କୁ ମୃତ ଘୋଷଣା କରିଥିଲେ।

 ମୃତକଙ୍କ ପରିବାର ଥାନା ସମ୍ମୁଖରେ ଆସି ନ୍ୟାୟ ପାଇଁ ଦାବି କରିଛନ୍ତି। ଅନ୍ୟଅଟେ ପୁଲିସ ୫ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି । ବଳକା ଅଭିଯୁକ୍ତ ଫେରାର ଥିବା ପୁଲିସ ସୂଚନା ଦେଇଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ବର୍ଗ ଦାବି କରିଛନ୍ତି ।

Elder Brother Kills Younger ସାନଭାଇକୁ ମାରିଲା ବଡ଼, ଅଭିଯୁକ୍ତ ଥାନାରେ ଅଟକ

ମୃତକଙ୍କର ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁପୁତ୍ର

ସୂଚନା ଥାଉକି ମୃତକଙ୍କର ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁପୁତ୍ର ଥିବା ସମୟରେ ଚଳିବା ନେଇ ଚିନ୍ତାର କାରଣ ହୋଇଛି ବୋଲି ପରିବାର କହିଛନ୍ତି ।

70 Lakhs Rupees Loot ବେକରେ ଭୁଜାଲି ଲଗାଇ ୭୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ସୁନା ଗହଣା ଲୁଟ୍