ନାବାଳିକାକୁ ଅପହରଣ ମାମଲାରେ ଯୁବକ ଗିରଫ

ଡ଼ାବୁଗାଁ,: ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ପ୍ରତାରଣା ମାମଲାରେ ଆଜି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ପୁଲିସ ଅଭିଯୁକ୍ତ ଏସ୍. ଲିଭିଂ ଷ୍ଟ୍ରୀମ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଥାଉକି, ଅଭିଯୁକ୍ତ ଡ଼ାବୁଗାଁ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ପରେ ସପ୍ତାହେ କାଳ ବିଭିନ୍ନ ସ୍ଥାନରେ ରଖି ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିଲା। ପରେ ଡ଼ାବୁଗାଁ ସିଡିପିଓ ଗିତାରାଣୀ ସାହୁଙ୍କ ସହାୟତାରେ ପୀଡ଼ିତା ଘରକୁ ଯାଇ ବାଲ୍ୟ ବିବାହ ଅପରାଧ ଅଟେ। ତେଣୁ ତମ ଝିଅକୁ ରଖି ଦିଅ, ନଚେତ୍ ୨ ବର୍ଷ ଜେଲ ସହ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଧମକ ଚମକ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ସିଡିପିଓ ଧମକ ନାହିଁ ତାଙ୍କ ଘରକୁ ବୁଝାଇବାକୁ ଯାଇଥିଲି ବୋଲି କହିଥିଲେ। କିନ୍ତୁ ପରିବାର ଲୋକେ ଏଥିରେ ରାଜି ନ ହେବାରୁ ଡ଼ାବୁଗାଁ ସ୍ଥିତ ସର୍ଟ ଷ୍ଟେ ହୋମରେ ପୀଡ଼ିତାକୁ ଛାଡ଼ି ଦେଇଥିଲେ। ପରେ ପୀଡିତାକୁ ତାଙ୍କ ବାପା ଓ ମାଁ ଉଦ୍ଧାର କରି ଗତ ଶୁକ୍ରବାର ରାତ୍ରିରେ ଡ଼ାବୁଗାଁ ଥାନାରେ ଏତଲା ଦେଇଥିଲେ। ପରେ ପୁଲିସ ଏଥିରେ ସଂପୃକ୍ତ ଅଭିଯୁକ୍ତ ଯୁବକ ଏସ୍. ଲିଭିଂ ଷ୍ଟ୍ରୀମ୍ ସହ ତାକୁ ସହଯୋଗ କରିଥିବା ଅନ୍ୟ ମାନଙ୍କୁ ମଧ୍ୟ ଦଣ୍ଡ ବିଧାନ କରିବାକୁ ଏତଲାରେ ଦର୍ଶାଯାଇଥିଲା। ଏତଲାକୁ ଭିତ୍ତି କରି ପୁଲିସ କେସ୍ ନଂ-୪୦/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର ଏସ୍ଆଇ ରାଧାକାନ୍ତ ବାରିକ ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର