ଡାବୁଗାଁ: ଡାବୁଗାଁ ଥାନା ଚଚରାଗୁଡା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରୀଗୁଡା ଗ୍ରାମର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଡଙ୍ଗରୀଗୁଡା ଗ୍ରାମର ଆସମନ କୁମ୍ଭାର(୩୦) ଗତକାଲି ସକାଳ ୬ଟାରେ ଗାଁ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ପରେ ମଧ୍ୟ ସେ ଘରକୁ ଫେରିନଥିଲେ। ଗତକାଲି ଅପରାହ୍ନ ୫ଟାରେ ଡଙ୍ଗରୀଗୁଡା ଗାଁ ନିକଟସ୍ଥ ଏକ କାଜୁ ବାଡର ଏକ ଗଛରେ ଆସମନଙ୍କ ଶବ ଝୁଲୁଥିବା କିଛି ଗାଈ ଚରାଳି ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ପୁଲିସ ଶବ ଜବତ କରି ଆଜି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ଥାନାରେ କେଶ୍ ନଂ-୨୭/୧୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ଯୁବକଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2018/08/suicide-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)