ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବରଙ୍ଗପଦର ପଂଚାୟତ ଅନ୍ତର୍ଗତ ଗତିପୁଟ ଗ୍ରାମରେ ଥିବା ଏକ ତେନ୍ତୁଳି ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ! ଯୁବକ ଜଣଙ୍କ ହେଲେ ଡମ୍ବରୁ ରାଉତ (୧୯)। ସେ ଗତିପୁଟ ଗ୍ରାମର ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଡମ୍ବରୁ ଆନ୍ଧ୍ରପ୍ରଦେଶରେ କାମ କରିବା ପାଇଁ ଯାଇଥିବା ବେଳେ ଗତ ଆଠ ମାସ ପୂର୍ବରୁ ନିଜ ଗାଁକୁ ଫେରିଥିଲେ। ଲକଡାଉନ ଯୋଗୁଁ ଡମ୍ବରୁ ଆଉ କାମ କରିବା ପାଇଁ ଆନ୍ଧ୍ରପ୍ରଦେଶ ଯାଇପାରି ନ ଥିଲେ। ଆଜି ସକାଳୁ ଡମ୍ବରୁ ଘରୁ ବାହାରକୁ ଯାଇଥିଲେ। କିଛି ସମୟ ପରେ ଘର ନିକଟରେ ଥିବା ଏକ ତେନ୍ତୁଳି ଗଛ ଉପରେ ଡମ୍ବରୁଙ୍କ ମୃତଦେହ ଝୁଲୁଥିବା ଖବର ପାଇ ପରିବାର ଲୋକେ ଖାତିଗୁଡା ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ଖାତିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିବା ବେଳେ ଡମ୍ବରୁ ଏକ ଓଢ଼ଣୀ ସାହାଯ୍ୟରେ ଫାଶୀ ହୋଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି !
/sambad/media/post_attachments/wp-content/uploads/2020/07/BlueStacks_ScreenShot-3-300x140.jpg)
ଏ ନେଇ ଖାତିଗୁଡା ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି ଓ ପୁଲିସ ପକ୍ଷରୁ ତଦନ୍ତ ଚାଲିଛି। ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ଆଜି ଗୋଟିଏ ଦିନରେ ତେନ୍ତୁଳିଖୁଣ୍ଟି ବ୍ଲକରେ ଗୋଟିଏ ହତ୍ୟାକାଣ୍ଡ ଏବଂ ଗୋଟିଏ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିବା ବେଳେ ଗତକାଲି ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଅଂଚଳଗୁମ୍ମା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/gfhgfhjfg-jpg_1200x900xt.jpg)