ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଂଚୟତ ଅନ୍ତର୍ଗତ ପୂର୍ଣିଗୁଡା ଜଙ୍ଗଲ ନିକଟରେ ବାଇକ୍ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜଣେ ଯୁବକ ଗଛରେ ପିଟି ହୋଇ ଗୁରୁତର ହୋଇଥିବା ସୂଚନା ମିଳିଛି।
ସୂଚନା ପ୍ରକାରେ ପୁର୍ଣିଗୁଡା ଗ୍ରାମର ପିତାମ୍ବର ଭତ୍ରା (୩୫) କୌଣସି ଏକ କାମରେ ବାଇକ ଯୋଗେ ଫୁପୁଗାଁ ଯାଇଥିଲେ। କାମ ସାରି ଘରକୁ ଫେରିବା ସମୟରେ ପୁର୍ଣିଗୁଡା ଜଙ୍ଗଲ ନିକଟରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବାଇକ ସହ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦୁର୍ଘଟଣା ଦେଖି ପରିବାର ଲୋକ ଏବଂ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପରେ ପରିବାର ଲୋକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ପରେ ପିତାମ୍ବରଙ୍କ ମୁଣ୍ଡରେ ଗଭୀର ଆଘାତ ସହ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ଯୋଗୁ ଝରିଗାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ଝରିଗାଁ: ବାଇକ ଚଳାଇବା ବେଳେ ଗଛରେ ପିଟି ହୋଇ ଯୁବକ ଗୁରୁତର
/sambad/media/post_attachments/wp-content/uploads/2022/06/Ill-Man-on-Bed_Thumbnail.jpg)