ସୁନ୍ଦରଗଡ଼: ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ କୁଆଡେ ଗଲେ ବୋଲି ବୁଧବାର ଦିନ କେନ୍ଦ୍ରକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେମଗିରିଠାରେ ଆୟୋଜିତ ନିର୍ବାଚନୀ ସଭାରେ କହିଛନ୍ତି।
ନିର୍ବାଚନ ସମୟ ଆସିଥିବାରୁ ରାଜ୍ୟରେ କେନ୍ଦ୍ରୀୟ ନେତାଙ୍କ ପାଦ ପଡ଼ୁଛି । ସେମାନେ ଦେଇଥିବା ପ୍ରତିଶ୍ରୃତି ସବୁ କେଉଁଆଡେ ଗଲା ବୋଲି ନବୀନ ପ୍ରଶ୍ନ କରି କହିଛନ୍ତି। ଦୁଇଗୁଣା ଏମ୍ଏସ୍ପି କୁଆଡେ ଗଲା? କେବିକେ ଯୋଜନା କାହିଁକି ବନ୍ଦ ହେଲା? ସୁପର ସ୍ପେଶିଆଲିଟି ହସ୍ପିଟାଲ୍ କେଉଁଆଡେ ଗଲ? ଅସୁସୂଚିତ ଜାତି ଓ ଉପଜାତି ଛାତ୍ରାଛାତ୍ରୀଙ୍କ ଛାତ୍ର ବୃତ୍ତି କାହିଁକି ବନ୍ଦ କରାଗଲା? ବୋଲି କହି ପରୋକ୍ଷରେ ଜୁଏଲ ଓରାମ୍ଙ୍କୁ ନବୀନ ଟାର୍ଗେଟ କରିଛନ୍ତି।
ସେ ଆହୁରି କହିଲେ, ବିଜେଡି ସରକାର ମହିଳାଙ୍କ ଉପରେ ଗୁରୁତ୍ୱ ଦେଇଛି। ମା’ମାନେ ବିକାଶର ପ୍ରକୃତ ଡବଲ୍ ଇଞ୍ଜିନ୍ । ଆମର ହାଇକମାଣ୍ଡ ହେଉଛନ୍ତି ଓଡ଼ିଶାବାସୀ। କାଳିଆକୁ କେହି ବନ୍ଦ କରି ପାରିବେ ନାହିଁ। ଏହି ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି କିନ୍ତୁ କେନ୍ଦ୍ର ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି।
ସାରା ବିଶ୍ୱରେ ହକି ପରିଚୟ ସୃଷ୍ଟି କରିଛି। ସୁନ୍ଦରଗଡ଼ ହେଉଛି ହକିର ଜନ୍ମଭୂମି।