ନବରଙ୍ଗପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଜିଲ୍ଲାକୁ ୪୧ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି। ଅର୍ଥାତ ଅଗଷ୍ଟ ୧୫ ତାରିଖ ଦିନ ୧୨ଟାରୁ ଅଗଷ୍ଟ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲା ସଟଡାଉନ ରହିବ। ଏକ ବିଜ୍ଞପ୍ତି ମାଧ୍ୟମରେ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ସଟଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ। ଏଥିସହ ରାଶନ ସାମଗ୍ରୀ ଦୋକାନ ପନିପରିବା ଓ କ୍ଷୀର ଦୋକାନ ଖୋଲା ରହିବ।
/sambad/media/post_attachments/wp-content/uploads/2020/08/SHUT-DOWN-FROM-12-NOON-OF-15.08.2020-TO-5.00-AM-OF-17-724x1024.jpg)
ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥା ତଥା ପ୍ରତିରକ୍ଷା ପ୍ରତିଷ୍ଠାନ ଖୋଲାରହିବ। ପୋଷ୍ଟ ଅଫିସ ଖୋଲା ରହିବ। କେନ୍ଦ୍ର ସଶସ୍ତ୍ର ବାହିନୀ ପ୍ରତିଷ୍ଠାନ ଖୋଲା ରହିବ। କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଗମନାଗମନ କରିପାରିବେ । ଟେଲିକମ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଚଳପ୍ରଚଳ କରିପାରିବେ । ଅନୁମତି ପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯାତାୟାତ କରିପାରିବେ। ପାନୀୟଜଳ, ପରିମଳ ବିଭାଗର କର୍ମଚାରୀମାନେ ଯାତାୟାତ କରିପାରିବେ। ଶକ୍ତି ବିଭାଗରେ କାର୍ଯ୍ୟରତ କର୍ମଚାରୀ ଯାତାୟାତ କରିପାରିବେ। ମାଲବାହୀ ସାମଗ୍ରୀର ଗାଡି ଯାତାୟାତ କରିପାରିବ। କୃଷି, କୃଷିଜାତ ଦୋକାନ, ଗୋଖାଦ୍ୟ ପଶୁସମ୍ପଦର ଦୋକାନ, ମାଛ, ମାଂସ ଦୋକାନ ଖୋଲା ରହିବ। ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରଣ କେନ୍ଦ୍ର ଖୋଲା ରହିବ। ଅନଲାଇନ ସେବା ଯୋଗାଉଥିବା କ୍ଷେତ୍ର ଖୋଲା ରହିବ।
ଜିଲ୍ଲାପାଳ ଅଜିତ ମିଶ୍ର ଅଗଷ୍ଟ ୧୫ ତାରିଖ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ସ୍ୱାଧୀନତା ଦିବସ ଅବରରେ ପରେଡ ଓ ମାର୍ଚ୍ଚପୋର୍ଷ୍ଟ ହୋଇପାରିବ ନାହିଁ। ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ସାଧାରଣ ଲୋକେ ଏକତ୍ର ହୋଇପାରିବେ ନାହିଁ। ସେହିଭଳି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ସ୍ୱାଧୀନତା ଦିବସରେ ବାରଣ କରାଯାଇଛି। ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ କେବଳ ଉପସ୍ଥିତ ରହିବେ।
/sambad/media/post_attachments/wp-content/uploads/2020/08/ORDERS-FOR-OBSERVANCE-OF-INDEPENDANCE-DAY-CELEBRATIONS-724x1024.jpg)
ଗାଇଡଲାଇନ ଅନୁସାରେ ସରକାରୀ, ଅନୁଦାନପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ, କଲେ ଏବଂ ଘରୋଇ ସଂସ୍ଥା ଦ୍ୱାରା ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ୧୦ରୁ ଅଧିକ ଲୋକଙ୍କୁ ବାରଣ। ଖାଦ୍ୟ ସାମଗ୍ରୀ ବିତରଣ କରାଯାଇପାରିବ ନାହିଁ। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ୱାଧୀନତା ଦିବା ପୂର୍ବାହ୍ନ ୯ଟାରୁ ୧୧ଟା ମଧ୍ୟରେ ଶେଷ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Nabarangpur-shutdown14_Thumb-1.jpg)