ନବରଙ୍ଗପୁର: ନବରଙ୍ଗପୁର ସମ୍ବାଦ ସାହିତ୍ୟ ଘରର ସଦସ୍ୟମାନେ କରୋନା ମୁକାବିଲାରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଯାଇ ଆଜି ମୁଖ୍ୟମନ୍ତ୍ରୀ ରିଳିଫ ପାଣ୍ଠିକୁ ୧୦ ହଜାର ଟଙ୍କା ଦାନ କରିଛନ୍ତି। ସମ୍ବାଦ ସାହିତ୍ୟ ଘର ସଭାପତି ଡଃ.ସାଇରମେଶ ରାଓ, ସମ୍ପାଦକ ଅଖିଳ କୁମାର ଭଟ୍ଟ, ସଭ୍ୟା ପ୍ରଭାସିନି ମହାନ୍ତି ଓ ସିଏଚ.ଉଷାରାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ରଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଯେତେବେଳେ କରୋନା ଭଳି ମହାମାରୀ ବିରୋଧରେ ପ୍ରଶାସନ ଦିନ ରାତି ଏକ କରି ଦେଇ ଲଢ଼ୁଥିବା ବେଳେ ନବରଙ୍ଗପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ କିଛି ସଭ୍ୟ ଓ ଉପଦେଷ୍ଟା ମାନେ ସ୍ବତଃ ପ୍ରବୃତ ଭାବେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କିଛି ଆର୍ଥିକ ସହାୟତା ପ୍ରଦାନ ପାଇଁ ନିଷ୍ପତି ନେଇଥିଲେ। ସେହି ନିଷ୍ପତି ଅନୁଯାୟୀ ସଭ୍ୟ ଓ ଉପଦେଷ୍ଟା ମାନେ ନିଜ ପକେଟ୍ ରୁ କିଛି ଅର୍ଥ ବାହାର କରି ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ପୂର୍ବରୁ ଫନିରେ ରାଜ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ସେହି ସମୟରେ ମଧ୍ୟ ନବରଙ୍ଗପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ନବରଙ୍ଗପୁର ସମ୍ବାଦ ସାହିତ୍ୟ ଘରର ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ନବରଙ୍ଗପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ କରୋନାହ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ଦାନ
/sambad/media/post_attachments/wp-content/uploads/2020/04/naba-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)