ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନଏସିର ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ହୃଦଘାତରେ ବିୟୋଗ ହୋଇଯାଇଛି। ଗତବର୍ଷ ଏନଏସି ନିର୍ବାଚନ ରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଜୟ ଲାଭ କରିବା ପରେ ସହରର ବିକାଶ ପାଇଁ ନିଜ କାର୍ଯ୍ୟଧାରା ଜାରି ରଖିଥିବା ବେଳେ କିଛି ମାସ ହେଲା ସେ ଅସୁସ୍ଥତା ଥିଲେ। ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଆଜି ହଠାତ ତାଙ୍କ ବିୟୋଗ ଖବର ପାଇବା ପରେ ସାରା ସହରରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି। ସେ ଜଣେ ମେଳାପୀ ଏବଂ ପରୋପକାରୀ, ଧର୍ମପରାୟଣା ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଏନଏସି ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ଏନଏସି ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ସମେତ ସମସ୍ତ କାଉନସିଲର,ଏନଏସି ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡଙ୍ଗୀଙ୍କ ସମେତ ସମସ୍ତ କର୍ମଚାରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/6df30c11-8617-4ad4-8fad-52beef4396bd.jpg)