ଖୋର୍ଦ୍ଧା: ଖୋର୍ଦ୍ଧା ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ନଗର ସମ୍ମିଳନୀ ଓ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୟନ ଅନୁଷ୍ଠିତ ହୋଇଯାଇଛି ।

Advertisment

ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଜ୍ୟ ସହସମ୍ପାଦିକା ସଙ୍ଗୀତା ପଣ୍ଡା ଯୋଗ ଦେଇଥିଲେ । ଏଥିରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଏବିଭିପିର କାର୍ଯ୍ୟକର୍ତ୍ତା ମନୋନୟନ କରାଯାଇଥିଲା । ନୂତନ ନଗର ସଭାପତି ଭାବେ ପିଏନ୍ କଲେଜର ପ୍ରଧ୍ୟାପକ ଡ ଅଜୟ କୁମାର ମିଶ୍ର, ଉପସଭାପତି ଭାବେ ଦିଲୀପ କୁମାର ପୃଷ୍ଟି, ସମରେନ୍ଦ୍ର ବଳିଆରସିଂହ, ମନୋରଂଜନ ପ୍ରଧାନ, ସମ୍ପାଦକ ଭାବେ ଛାତ୍ରନେତା ଲଳିତ ମୋହନ ବଡ଼ଜେନା, ସହସମ୍ପାଦକ ଭାବେ ଚିରଂଜୀବୀ ଜଗଦେବ, ସହସମ୍ପାଦିକା ଭାବେ ଦୀପ୍ତିମୟୀ ପ୍ରତିହାରୀ, ରୂପାଂଜଳି ରାଉତରାୟ, ଏସଏଫ୍ଡି ସଂଯୋଜିକା ଲିପ୍ସା ପ୍ରଧାନ, ସହସଂଯୋଜିକା ବର୍ଷାରାଣୀ ପୃଷ୍ଟି, ଛାତ୍ରସଂଦେଶ ସଂଯୋଜିକା ତୃପ୍ତିମୟୀ ସେଠୀ, ପାଠ୍ୟଚକ୍ର ପ୍ରମୁଖ ମାମାଲି ରାଉତ, ଏସଏଫଏସ ସଂଯୋଜକ ଅମୂଲ୍ୟ ବେହେରା, କଳାମଂଚ ପ୍ରମୁଖ ସଂଘମିତ୍ରା ସାହୁ, ଟିଏସଭିପି ସଂଯୋଜକ ଚନ୍ଦନ ପାଟ୍ଟଯୋଶୀ, ବ୍ୟବସ୍ଥା ପ୍ରମୁଖ ଭାବେ ଅମିତ କୁମାର ବାରିକ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସ୍ୱାଇଁ, ନଗର କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସଂଗୀତା ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା ।