ସୁପ୍ରିମକୋର୍ଟରେ ନାଗାର୍ଜୁନ ବେଶର ସର୍ବସାଧାରଣ ଦର୍ଶନ ଦାବି କରି ଆବେଦନ

: ସୁପ୍ରିମକୋର୍ଟରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ସର୍ବସାଧାରଣ ଦର୍ଶନ ଲାଗି ସର୍ବୋଚ୍ଚ ନ୍ୟାୟଳୟରେ ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଞ୍ଚ ପକ୍ଷରୁ ଏହି ଆବେଦନ କରାଯାଇଛି । କରୋନା ଗାଇଡଲାଇନ୍ ପାଳନ କରି ମନ୍ଦିର ଖୋଲିବା ପାଇଁ ମଞ୍ଚ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି ।

ସେପଟେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ଦର୍ଶନ ମନା ହୋଇଛି । ଛତିଶା ନିଯୋଗ ବୈଠକ ପରେ ଆଜି ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଓ ପୁରୀ ଜିଲ୍ଲାପାଳ। ନାଗାର୍ଜୁନ ବେଶ ନେଇ ପୁରୀ ଜିଲ୍ଲା ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନାଗାର୍ଜୁନ ବେଶ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । କେହି ବି ଶ୍ରୀମନ୍ଦିର ଭିତରକୁ ଯିବେ ନାହିଁ । ଯଦି କେହି ବାହାର ଲୋକ ସେବାୟତ ବେଶରେ ପଶିଥିବା ଜଣାପଡ଼େ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁମାନେ ମନ୍ଦିର ଭିତରକୁ ଯିବେ ମୋବାଇଲ ନେବେ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କହିଛନ୍ତି । ନାଗାର୍ଜୁନ ବେଶ ଦିନ ୨୪ ଘଣ୍ଟା ପାଇଁ ପତିତପାବନଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଲାଗିପାରେ ।

ଏ ପଟେ ଡିସେମ୍ବର ଦ୍ୱିତୀୟ କି ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିପାରେ ବୋଲି ଛତିଶାନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ସୂଚନା ଦେଇଛନ୍ତି । କରୋନା ମହାମାରୀ ଯୋଗୁ ଗତ ୮ ମାସ ହେବ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି । ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିଛି । ଭକ୍ତମାନେ କେବଳ ପତିତ ପାବନ ଦର୍ଶନ କରୁଛନ୍ତି ।

ସମ୍ବନ୍ଧିତ ଖବର