କୋଣାର୍କ:ମହିଳାଙ୍କ ଉଲଗ୍ନ ମୃତଦେହ ଜବତ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କୋଣାର୍କ: ଆଜି ସକାଳୁ ପୁରୀ ଜିଲ୍ଲା କୋଣାର୍କ ବଜାରର ମେଡିକାଲ ଛକ ନିକଟରେ ଥିବା ଜଗନ୍ନାଥ ମନ୍ଦିର ସାମନାରେ ଥିବା ଏକ ପାନ ଦେକାନ ସମ୍ମୁଖର ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପୁଲିସ ଜବତ କରିଛି। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି। ତେବେ ମହିଳା ଜଣକ ମାନସିକ ବିକୃତ ହୋଇଥିବା ବେଳେ ଏହି ଘଟଣା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ପ୍ରାୟ ୪୫/୫୦ ବର୍ଷ ହେବ ଜଣେ ମାନସିକ ବିକୃତ ମହିଳା ଜଗନ୍ନାଥ ମନ୍ଦିର ସାମନାରେ ଦୀର୍ଘ ସମୟ ଧରି ବସୁଥଲେ। ତେବେ ଆଜି ସକାଳୁ ସମ୍ପୃକ୍ତ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମହିଳାଙ୍କ ଶରୀରରେ କୌଣସି କପଡ଼ା ନ ଥିବାରୁ ତାଙ୍କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଏସପି ଡ. ସାର୍ଥକ ଷଡଙ୍ଗୀଙ୍କୁ ପଚାରିବାରୁ ସେ କହିଥିଲେ ମହିଳାକୁ ହତ୍ୟା ଓ ଦୁଷ୍କର୍ମ କରାଯାଇଥିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାର୍ହିଁ। ତେବେ ପ୍ରାଥମିକ ତଦନ୍ତ ସହିତ ଶବ ବ୍ୟବଛେଦ ରିପୋର୍ଟର୍ ମିଳିବା ପରେ ସ୍ପଷ୍ଟ ହେବ ବୋଲି ଡ. ଷଡଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର