ରାଜନୈତିକ ରୂପ ନେଉଛି ନାଲକୋ ଜମିହରା ବିବାଦ; ଦିନ ତମାମ୍‌ ଉତ୍ତେଜନା, ଡିଆଇଜି ଓ ଜିଲ୍ଲାପାଳଙ୍କ ସମୀକ୍ଷା

ଏକ୍ସପାରୀ ଲୂହାବୂହା ଗ୍ୟାସ ପ୍ରୟୋଗ ନିନ୍ଦନୀୟ: ଭୃଗୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ଜୟରାମ

କୋରାପୁଟ/ଦାମନଯୋଡି: କୋରାପୁଟ ଜିଲ୍ଲା ନାଲକୋ ପରିସରରେ ପୁଲିସ-ବିକ୍ଷୋଭକାରୀ ଆଜି ସକାଳୁ ମୁହାଁମୁହିଁ ହୋଇଛନ୍ତି। ଗତକାଲି ହୋଇଥବା ପ୍ରଶାସନିକ ଆଲୋଚନା ବିଫଳ ହେବା ପରେ ସେଠାରେ ୧୪୪ ଧାରା ଜାରି କରାଯାଇଥିବାବେଳେ ଏହାକୁ ନେଇ ପୁଲିସ ରକ୍ଷଣାତ୍ମ ଢଙ୍ଗ ଧରିଥିଲା। ଏହାକୁ ଅମାନ୍ୟ କରି ବିକ୍ଷୋଭକାରୀ ମୁତୟନ ଥିବା ପୁଲିସ ଉପରେ ଟେକାପଥର ମାଡ଼ କରିଥିଲେ। ଏହା ସହ ଗୋଡାଇ ଗୋଡାଇ ଟେକା ମାଡ କରିଥିଲେ। କିଛି ସମୟ ଧରି ନାଲୋକୁ ଯୋଡୁଇଥିବା ରାସ୍ତା ରଣକ୍ଷେତ୍ର ପାଲଟିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠି ଚାର୍ଜ କରିଥିଲା। ଏହାସହ ରବର ଗୁଳି ମଧ୍ୟ ଫାୟାର କରାଯାଇଥିବା ଜଣାପଡିଛି। ଏବେ ପରିସ୍ଥିତି ଉତ୍ତଜନାପୂଣ୍ଣ ରହିଥିବାବେଳେ ସମୀକ୍ଷା କରି ଫେରିଛନ୍ତି କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ ଓ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର। ଘଟଣାସ୍ଥଳରେ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି, ଏସଡିପିଓ ଓ ତହସିଲଦାର ଉପସ୍ଥିତ ରହି ସ୍ଥତି ଉପରେ ନଜର ରଖିଛନ୍ତି। ପୁଲିସ ଏବେ ଯାଏ ୫୩ ଜଣଙ୍କୁ ଅଟକ ରଖିଥିବାବେଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଥିବାବେଳେ ଏହାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବା ଆଶା କରାଯାଉଛି। ତେବେ ଏହାକୁ ନେଇ ରାଜନୀତି ଜୋର ଧରିଲାଣି। ବିଜେପିର ବରିଷ୍ଠ ନେତା ଭ୍ରୁଗୁ ବକ୍ସିପାତ୍ର ଓ ପୂର୍ବତନ ଏମପି ଜୟରାମ ପାଙ୍ଗୀ ଏ ସମ୍ପର୍କରେ ମତ ରଖିଛନ୍ତି।

ଭ୍ରୁଗୁ ବକ୍ସିପାତ୍ର ଭିଡିଓ ଜାରି କରି କହିଛନ୍ତି ଯେ ୨୦୧୯ ମାର୍ଚ୍ଚ ମାସ‌ରେ ଅବଧୀ ଶେଷ ହୋଇଥିବା ଲୁହାବୁହା ଗ୍ୟାସ ପ୍ରୟୋଗକୁ ଆମେ ନିନ୍ଦା କରୁଛୁ। ଶାନ୍ତିପୂର୍ଣ୍ଣ ଭାବେ ବିସ୍ଥାପିତ କଲୋନି ବାସିନ୍ଦା ଓ ପାଖଆଖର ୧୩ଟି ଗ୍ରାମର ଲୋକେ ଧାରଣାରେ ବସିଥିବାବେଳେ ସେମାନଙ୍କ ଉପରେ ଏପରି କରାଯିବା ନିନ୍ଦନୀୟ। ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହା ଉପରେ ହସ୍ତ‌କ୍ଷେପ କରି ସମାଧାନର ବାଟ ବାହାର କରନ୍ତୁ। ପୁଲିସର ଏପରି କରିବା ଅବମାବୀୟ କାର୍ଯ୍ୟ ବୋଲି ସେ କହିଛନ୍ତି। ଏନେଇ ବିସ୍ଥାପିତ କଲୋନି ବାସିନ୍ଦା ଓ ପାଖଆଖର ୧୩ଟି ଗ୍ରାମର ଲୋକେ ଧାରଣାସ୍ଥଳରୁ ସେମାନଙ୍କୁ ଗିରଫ କରାଯିବକୁ ତ୍ରୀବ୍ର ନିନ୍ଦା କରୁଛି। ତୁରନ୍ତ ମୁଖ୍ୟମନ୍ତ୍ରୀ ଏହାର ହସ୍ତକ୍ଷେପ କରନ୍ତୁ ନ ହେଲେ ସ୍ବର ତୀବ୍ର ହେବ ବୋଲି କହିଛନ୍ତି। ଚାରିଦିନ ବନ୍ଦ ରହିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି ଠାରେ ଥିବା ନାଲକୋର ଉତ୍ପାଦନ।

ପ୍ରକଳ୍ପର ଠିକ୍ ନାକ ତଳେ ମାଥାଲପୁଟ ନିକଟରେ ବିସ୍ଥାପିତ କଲୋନି ବାସିନ୍ଦା ଓ ପାଖଆଖର ୧୩ଟି ଗ୍ରାମର ଲୋକେ ଧାରଣାରେ ବସିଥିବାରୁ ପ୍ରବେଶ କରେଇ ଦେଉ ନ ଥିଲେ। ସେମାନଙ୍କ ମୌଳିକ ସମସ୍ୟା ପ୍ରତି ନାଲକୋ କର୍ତ୍ତୃପକ୍ଷଙ୍କ ଅଣଦେଖାକୁ ବିରୋଧ କରି ନାଲକୋ ଖଣିକୁ ଯାଉଥିବା ରାସ୍ତା ଉପରେ ବୁଧବାରରୁ ଆରମ୍ଭ ହୋଇଥିଲା ଆନ୍ଦୋଳନ। ଆନ୍ଦୋଳନକାରୀ ଏହି ଗାଁଗୁଡ଼ିକରେ ମୌଳିକ ସୁବିଧା ପହଞ୍ଚାଇବା ସହ ଜମିହରା ତଥା ବିଧବାମାନଙ୍କୁ ନାଲକୋ କମ୍ପାନିରେ ଚାକିରି ଦେବା ପାଇଁ ଅଡ଼ି ବସିଥିବା ବେଳେ ଏ ପର୍ଯ୍ୟନ୍ତ ନାଲକୋ କର୍ତ୍ତୃପକ୍ଷ ଆଲୋଚନାକୁ ନ ଆସିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା। ଜବରଦଖଲକାରୀ ତାଙ୍କ ଦାବିରେ ଅଡ଼ି ବସିଥିବାବେଳେ ନାଲକୋ ପକ୍ଷରୁ କୌଣସି ପ୍ରତିଶ୍ରୁତି ମିଳୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇବା ଆଶା କରାଯାଉଛି। ଏନେଇ ଜିଲ୍ଲପାଳ ଅବଦୁଲ ଏମ ଅଖତର କହିଛନ୍ତି ଯେ, ଆନ୍ଦୋଳନକାରୀଙ୍କ ସମସ୍ତ ଦାବି ନାଲକୋ ଅଧିକାରୀଙ୍କ ନିଷ୍ପତ୍ତିର ପରିଧି ମଧ୍ୟରେ ରହିଛି। ଏହାସହ ସ୍ଥାନୀୟ ପ୍ରଶାସନକୁ ତିକ୍ଷ୍ଣ ନଜର ରଖିବାକୁ କୁହାଯାଇଛି ସେ କହିଛନ୍ତି।

ସମ୍ବନ୍ଧିତ ଖବର