ଯାଜପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି। ଗତକାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନକୁ ବନ୍ଦ ପାଇଁ ପ୍ରଶାସନ ନିଷ୍ପତ୍ତି ନେବା ପରେ ଆଜି ମସଜିଦ ଗୁଡିକରେ ହେଉଥିବା ସମୁହ ନମାଜ ପାଠ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଏ ନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଂଚଳର ସଂଖ୍ୟାଲଘୁ ସଂପ୍ରଦାୟର ପ୍ରତିନିଧିମାନେ ଯୋଗ ଦେଇଥିଲେ। ନମାଜ ପାଠ କରିବାକୁ ଚାହୁଁଥିବା ବ୍ୟକ୍ତି ମସଜିଦକୁ ନ ଆସି ନିଜ ଘରେ ଘରେ ରହି ନମାଜ ପାଠ କରିବାକୁ ପରାମର୍ଶ ଦିଆଯାଇଥିଲା।
ସାହି ମସଜିଦ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା। ଏଥିସହିତ ଯେଉଁମାନେ ଦେଶ ବାହାରୁ ଆସୁଛନ୍ତି ସେମାନଙ୍କ ସୂଚନା ପ୍ରଶାସନକୁ ଜଣାଇବାକୁ ନିବେଦନ କରାଯାଇଥିଲା। ସେମାନେ ହୋମ କ୍ୱାରାଂଟାଇନ ଭାବେ ୧୪ ଦିନ ରହିଲେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ପ୍ରଶାସନର ଏପରି ନିଷ୍ପତ୍ତିକୁ ସଂଖ୍ୟା ଲଘୁ ସଂପ୍ରଦାୟ ପକ୍ଷରୁ ଗ୍ରହଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/1fd40fef-b5c1-4f07-b61e-274d3fd9baee.jpg)