ରାୟଗଡା: ରାୟଗଡା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କର ନିର୍ଦେଶକୁ ଖୁଲମଖୁଲା ବେଖାତିର କରାଯାଉଛି। ଗତ ଏପ୍ରିଲ ମାସ ୬ ତାରିଖରେ ଓଡିଆ ଭାଷା, ସଂସ୍କୃତି ଓ ସାହିତ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ରାଜ୍ୟର ସମସ୍ତ ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନରେ ଓଡିଆରେ ନାମଫଳକ ଉଲ୍ଲେଖ ରହିବ। ଏଥିନିମନ୍ତେ ପ୍ରତ୍ୟେକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ କମିଟି ଗଠନ କରାଯିବ। ଏଥିରେ ମହାନଗର ନିଗମ, ପୌର ପାଳିକା ଓ ବିଜ୍ଞାପିତ ଅଞ୍ଚଳର ଅଧିକାରୀ, ବଜାର ସଂଗଠନର ସଭାପତି ବା ସଦସ୍ୟ ଓ ଶ୍ରମ ବିଭାଗର ଅଧିକାରୀ ଆବାହକ ରହିବେ। ଏହି କମିଟି ପ୍ରତି ୩ ମାସରେ ଥରେ ବୈଠକ ଅନୁଷ୍ଠିତ କରିବ।
ଜିଲ୍ଲାର ସମସ୍ତ ବ୍ୟବସାୟୀକ ଅନୁଷ୍ଠାନରେ ଓଡିଆରେ ନାମଫଳକ ରହିବା ବାଧ୍ୟତା ମୂଳକ। ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ସହ ଜୋରିମାନା ଆଦାୟ କରାଯିବ। ପ୍ରଥମଥର ଖିଲାପ କଲେ ୫ ହଜାର ଏବଂ ଦ୍ବିତୀୟ ଥର ୨୫ ହଜାର ଟଙ୍କା ଜୋରିମାନା ବାବଦକୁ ତଣ୍ଡ ଗଣିବେ। ତେବେ ରାୟଗଡା ଜିଲ୍ଲାରେ ଶ୍ରମ ବିଭାଗ ସ୍ଥାଣୁ ପାଲଟିଛି। ଜିଲ୍ଲାରେ ମାଳ ମାଳ ବ୍ୟବସାୟୀକ ପ୍ରତିଷ୍ଠାନରେ ଇଂରାଜୀ ଏବଂ ତେଲୁଗୁ ଭାଷାରେ ନାମଫଳକ ଉଲ୍ଲେଖ ରହିଛି। କାଁ ଭାଁ କିଛି ଦୋକାନ ଏବଂ ବାଣିଜ୍ୟ ଅନୁଷ୍ଠାନକୁ ଛାଡି ଦେଲେ ବଳକା ସବୁ ଦୋକାନ ଏବଂ ବ୍ୟବସାୟୀକ ଅନୁଷ୍ଠାନରେ ଇଂରାଜୀରେ ନାମଫଳକ ରହିଛି। ବିଶେଷ କରି ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏଠାରେ କଡା କାର୍ଯ୍ୟାନୁଷ୍ଠାନ ହେବା କଥା। କିନ୍ତୁ ଶ୍ରମ ବିଭାଗର ଅଧିକାରୀମାନେ ଏନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି। କିନ୍ତୁ ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ଜସମିନ ସାହୁଙ୍କୁ ପଚାରିବାରୁ ସେ ଚଢାଉ ହୋଇଛି ବୋଲି ଯୁକ୍ତି ବାଢିଥିଲେ।
Sambadକିନ୍ତୁ ଏହା କେବେ ହୋଇଥିଲା ବୋଲି ପ୍ରଶ୍ନ କରାଯିବାରୁ ତାକୁ ଟାଳଟୁଳ କରି ପ୍ରତିଦିନ ରୁଟିନ ଚେକ କରାଯାଉଥିବା କହିଥିଲେ। ରାୟଗଡା ପୌର ପରିଷଦ, ଗୁଣୁପୁର ପୌର ପରିଷଦ ଏବଂ ଗୁଡାରୀ ବିଜ୍ଞାପିତ ଅଞ୍ଚଳରେ ଚଢଉ ନେଇ ଶ୍ରମ ବିଭାଗ କେବଳ କାଗଜ କଲମରେ ଦର୍ଶାଇ ରାଜ୍ୟ ସରକାରଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି। ରାଜ୍ୟ ଶ୍ରମ ଆୟୁକ୍ତ ଗତ ଏପ୍ରିଲ ମାସରେ ଏନେଇ ଚିଠି କରିଥିଲେ ମଧ୍ୟ ରାୟଗଡା ଶ୍ରମ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଶ୍ରମ ଆୟୁକ୍ତର ନିର୍ଦେଶକୁ ଖୁଲମଖୁଲା ବେଖାତିର କରାଯାଉଥିବା କୁହାଯାଇଛି। ଶ୍ରମ ବିଭାଗ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଉପରେ କାହିଁକି ଚଢଉ କରୁ ନାହିଁ ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ରାୟଗଡା ସହରର ୩୨୬ ଜାତୀୟ ରାଜପଥ ସହ ସହରର ବିଭିନ୍ନ ୱାର୍ଡରେ ଶହ ଶହ ଦୋକାନ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ରହିଛି। କିନ୍ତୁ କୌଣସି ସ୍ଥାନରେ ଓଡିଆରେ ନାମଫଳକ ନାହିଁ। ଶ୍ରମ ବିଭାଗ କମିଟି ଗଠନ କରି ଏନେଇ ବୈଠକ କରିବା ସହ ଘନ ଘନ ଚଢଉ କରିବା କଥା କିନ୍ତୁ ଏହା ହେଉନଥିବାରୁ ସାଧାରଣରେ ଏହାକୁ ନେଇ ଅସଂତୋଷ ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Rgda-name-plate-in-English-1.jpg)