ଯାଜପୁର : ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଗୁରୁ ନନ୍ଦ କିଶୋର ପୁଷ୍ଟିଙ୍କୁ ଟାଟା ଟିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ତାଙ୍କୁ ଟାଟା ଚିକିତ୍ସାଳୟରେ ଭେଟି ସ୍ବାସ୍ଥବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।
ରବିବାର ନନ୍ଦ ପୃଷ୍ଟିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ସୋମବାରଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଶ୍ରୀ ପୃଷ୍ଟିଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ନନ୍ଦ ସାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସେତେଟା ଭଲ ନାହିଁ । ପରେ ତାଙ୍କୁ ଟାଟା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/WhatsApp-Image-2021-11-29-at-22.18.40.jpeg)