ହରିଚନ୍ଦନପୁର: ଟୋକନ ପାଇଥିବା ଚାଷୀ ଏବଂ ଟୋକନ ଅବଧି ଶେଷ ହୋଇଥିବା ଚାଷୀଙ୍କଠାରୁ ଧାନ କିଣିବା ଦାବିରେ ଆଜି ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ୭ ଘଣ୍ଟା ଧରି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଇପାସ୍ ଛକରେ ନରଣପୁର-ଡୁବୁରି ରାସ୍ତାକୁ ଧାନବସ୍ତା ରଖି ଅବରୋଧ କରାଯାଇଥିଲା। ଏହାଛଡ଼ା ଚାଷୀମାନେ ହରିଚନ୍ଦନପୁର ଗାନ୍ଧୀଛକ ଏବଂ ହରିଚନ୍ଦନପୁର-ଘଟଗାଁ ରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଛିଡ଼ା ହୋଇଥିଲା।
ଚାଷୀ ଟୋକନ ପାଇବାର ମାସେ ମଧ୍ୟରେ ଧାନ ବିକ୍ରି କରିବେ ବୋଲି ସରକାର ନିୟମ କରିଛନ୍ତି। କିନ୍ତୁ ସରକାର ଲ୍ୟାମ୍ପସକୁ ଧାନ କିଣିବାକୁ ଟାର୍ଗେଟ ଦେଉନାହାନ୍ତି। ଟାର୍ଗେଟ ନ ଥିବାରୁ ୨୧ ଓ ୨୨ ତାରିଖରେ ୧୨୯ଜଣ ଏବଂ ପୂର୍ବରୁ ୧୦୦ଜଣ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଛି। ଏହାର ପ୍ରତିବାଦରେ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ଏଆର୍ସିଏସ୍ ନିତ୍ୟାନନ୍ଦ ଦେହୁରୀ, ଘଟଗାଁ ଏସ୍ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ, ତହସିଲଦାର ପ୍ରଶାନ୍ତ କୁମାର ସେଠୀ, ବିଡିଓ ସୁବ୍ରତ କୁମାର ଜେନା ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଆଜି ଏକ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଛି ବୋଲି ଅଧିକାରୀମାନେ ଚାଷୀଙ୍କୁ ଜଣାଇବା ପରେ ରାସ୍ତା ଅବରୋଧ ହଟିଥିଲା।
/sambad/media/post_attachments/wp-content/uploads/2021/02/d122462d-f8f3-4048-b5c9-2b25203345e7-1024x576.jpg)
ନବ ନିର୍ମାଣ କୃଷକ ସଂଗଠନର ବ୍ଲକ୍ ସଂଯୋଜକ ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସଂଯୋଜକ ଶ୍ୟାମସୁନ୍ଦର ମହାନ୍ତ, ଚାଷୀ ସୁରଥ ଚନ୍ଦ୍ର ସାହୁ, ଧ୍ରୁବଚରଣ ଜେନା, ବିଜୁ ପ୍ରଧାନ, ବସନ୍ତ କୁମାର ମହାନ୍ତ, ବିଜୟ କୁମାର ସାହୁ, ଅନନ୍ତ ଚରଣ ସାହୁ, ଶରତ କୁମାର ସାହୁ, ସୁବଳ ମହାପାତ୍ର, ନାରଣ ସାହୁ, ଆଦିତ୍ୟ ମହାପାତ୍ର, ଶୈଳମଣି ସାହୁ, ତରଣୀସେନ ମହାନ୍ତ, ଫିରୋଜ କୁମାର ନାଏକ, ଅଜୟ କୁମାର ବିଦ୍ୟାଧର, ବସନ୍ତ କୁମାର ବିଦ୍ୟାଧର, ପଞ୍ଚାନନ ସାହୁ, ସୁଦର୍ଶନ ପାଇକରାୟ, ଆଲୋକ ସାହୁ, ଗୋବିନ୍ଦ ବେଜ, ଭାଗୀରଥି ବିଦ୍ୟାଧର, କେଶବ ସାହୁ, ଦୋଳଗୋବିନ୍ଦ ସାହୁ ଆନ୍ଦୋଳନରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/25bc6901-23f6-4f22-96c1-21de1a8e7aa7.jpg)