ନରସିଂହପୁର: ଚୋରି ଅଭିଯୋଗରେ ଅଭିଯୁକ୍ତଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ନରସିଂହପୁର: ନରସିଂହପୁର ଥାନା ଅନ୍ତର୍ଗତ ନଖିପଡ଼ା ଗ୍ରାମରେ ମଙ୍ଗଳବାର ଭୋର୍‌ ସମୟରେ ଚାରି ପାଞ୍ଚ ଜଣ ଦୁର୍ବୃତ୍ତ ମିଶି ଚୋରି କରିଥିବା ଅଭିଯୋଗ ହୋଇଛି। ଚୋରମାନେ ଗ୍ରାମର ଜଣକ ଘର ସହ ଏକ ଦୋକାନ ମଧ୍ୟରୁ ଚୋରି କରିଛନ୍ତି ବୋଲି ଗ୍ରାମବାସୀ ନରସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ସେମାନେ ଚୋରି କରୁଥିବା ସମୟରେ ନରସିଂହପୁର ଗ୍ରାମ ଲୋକେ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ଶେଷରେ ୨ ଜଣଙ୍କୁ ଗ୍ରାମ ଲୋକ କାବୁ କରିଥିବା ବେଳେ ଅନ୍ୟମାନେ ଖସି ପଳେଇଥିଲେ। ସେ ଦୁହିଁଙ୍କୁ ଧରିବା ପରେ ଗ୍ରାମବାସୀ ସୋମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୨ ଅଭିଯୁକ୍ତଙ୍କୁ ଉଦ୍ଧାର କରି ନରସିଂହପୁର ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ଘଟଣାର ତଦନ୍ତ ଏବେ ମଧ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର