ବଞ୍ଚିଛି ମାନବିକତା: ମାନସିକ ଅନଗ୍ରସର ଝିଅକୁ ଆଶ୍ରୟ ଦେଇଛନ୍ତି ନରସିଂହଙ୍କ ପରିବାର

ପ୍ରଶାସନର ଦୃଷ୍ଟି ପଡିବ କେବେ?

ଉମରକୋଟ: କିଏ କହିଲା ଆଜି ସମାଜରେ ଆଉ ମାନବିକତା ନାହିଁ। କିନ୍ତୁ ଆଜି ବି ମାନବିକତା ବଞ୍ଚି ରହିଥିବା ପ୍ରମାଣ ରହିଛି। ଏହି ଘଟଣାର ସ୍ପଷ୍ଟ ପ୍ରମାଣିତ ହେଇ ଯାଇଛି।ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଡ ଭରଣ୍ଡି ଗ୍ରାମ ପଞ୍ଚାୟତର ନାଗର। ଡଙ୍ଗରୀ ଗ୍ରାମର ୧୯ ବର୍ଷୀୟ। ପୁଷମଣି ଭତ୍ର। ପିଲା ଦିନରୁ ବାପା ମା ଛେଉଣ୍ଡ। ନବମ ଶ୍ରେଣୀ ପାଠ ପଢ଼ିଛନ୍ତି। ଜଣେ ମେଧାବୀ ଛାତ୍ରୀ ଭାବେ ବି ସ୍କୁଲରେ ନା ଥିଲା।

ତେବେ ହଠାତ ପୁଷଙ୍କ ମାନସିକ ପରିବର୍ତ୍ତନ ହେଇ ଯାଇଥିଲା। ବାପା-ମା’ ନ ଥିବାରୁ ତାର କେହି ଚିକିତ୍ସା କରି ପାରିନଥିଲେ। ବଡ଼ ବାପା ବହୁତ କଷ୍ଟେ ମଷ୍ଟେ ପୁଷଙ୍କୁ ଲାଳନପାଳନ କରୁଥିଲେ ଓ ତାକୁ ଗୋଡ଼ରେ ଶିଙ୍କୁଳି ବାନ୍ଧି କି ରଖିଥିଲେ। ମେଧାବୀ ଛାତ୍ରୀ ପୁଷଙ୍କ ଜୀବନ ଶିଙ୍କୁଳି ବନ୍ଧା ଭିତରେ ରହି ଗଲା। କିଛି ଦିନ ହେଲା ପୁଷ ଯେକୌଣସି ମତେ ଘରୁ ବାହାରି ଆସି ପୋଡ଼ାଗୋଡ ପାହାଡ ତଳେ ଭୋକିଲା ଓ ଅସହାୟ ଅବସ୍ଥାରେ ଗଛ ମୂଳେ ପଡ଼ିକି ରହି ଥିଲା। ୨୩ ତାରିଖ ଦିନ ଖ।ଣ୍ଡା ଗ୍ରାମ ପଞ୍ଚାୟତର ଦେଓପୁରର ନରସିଂହ ହରିଜନଙ୍କ ଷଷ୍ଠ ଶ୍ରେଣୀରେ ପାଠ ପଡୁଥିବା ପୁଅ ରୁପେଶ ହରିଜନ ଗାଈଗୋରୁଙ୍କୁ ନେଇ ପଡ଼ାଗୋଡ଼ ପାହାଡ଼କୁ ଯାଇଥିବା ବେଳେ ତାଙ୍କର ନଜର ପଡ଼ିଥିଲା ପୁଷ ଉପରେ। ପୁଷ୍ପକୁ ଦେଖି ୧୧ ବର୍ଷୀୟ ରୂପେସର ଦୟା ଆସିଥିଲା। ସେଠାରୁ ଧାଇଧାଇ ଘରକୁ ଆସି ସମସ୍ତ କଥା କହିଥିଲ।

ତୁରନ୍ତ ରୁପେଶ ତା ବାପା ନରସିଂହ ଓ ମା ମଇନା ପୋଡ଼ାଗଡ଼ ପାହାଡ଼କୁ ଯାଇ ପୁଷଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ତାକୁ ଭଲ ଭାବେ ଗାଧେଇବା ସହ ପିନ୍ଧିବା ପାଇଁ ନୂଆ ଲୁଗା ଦେଇଥିଲେ ଓ ଖାଇବାକୁ ଦେଇ ଆଶ୍ରୟ ଦେଇଥିଲେ। କାଳେ ପୁଷ କୁଆଡେ ଚାଲିଗଲେ ଆଇନ ତାଂକୁ ହଇରାଣ କରିବ ବୋଲି ଖ।ଣ୍ଡା ସରପଂଚଙ୍କୁ ଜଣାଇ ଥିଲେ। ତେବେ ଖ।ଣ୍ଡା ସରପଂଚ ବିଭିନ୍ନ ସୋସିଆଲ ମିଡ଼ିଆରେ ପୁଷର ଫଟୋ ପୋଷ୍ଟ କରିବା ପରେ ଜଣା ପଡିଥିଲା ଏହ।ର ଘର ନାଗରାଡଙ୍ଗରି ବୋଲି ଜଣା ପଡ଼ିଥିଲା।

ତେବେ ପୁଷ ର ବଡ ବାପା କାଲି ୧ ଜୁନ ଦିନ ଆସି ପୁଷକୁ ନେଇ ଗାଁକୁ ଚାଲି ଯାଇ ଥିଲେ।।ତେବେ ଆଜି ପୁଣି ପୁଷ୍ପର ମୁ ଲାଳନ ପାଳନ କରି ପାରିବି ନାହିଁ କହି ପୁଣି ଦେଓ ପୁର ଆଣି ନରସିଂହ ଘରେ ଛାଡ଼ି ଚାଲି ଯାଇଛନ୍ତି। ତେବେ ପୁଷକୁ ଦେଖି ନରସିଂହ ପରିବାର ଖୁସି। ପୁଷ୍ପ କେବଳ ମଇନାଙ୍କ ସହ ହି କଥା ବାର୍ତ୍ତା କରି ଥାଏ। ଓ ଅତି ସୁନ୍ଦର ଓ ସ୍ପଷ୍ଟ ଭାବେ ଓଡ଼ିଆ ଓ ହିନ୍ଦୀ ରେ କଥା ହେଇ ପରିବା ସହ ମଧ୍ୟ ଲେଖି। ପାରୁଛି ବୋଲି କୁହନ୍ତି ଲାଲନ ପାଳନ କରୁ ଥିବା ମଇନା ହରିଜନ। କିନ୍ତୁ ତାର ଲାଳନ ପାଳନ ନେଇ ଚିନ୍ତା ରେ ପଡି ଯାଇଛନ୍ତି ନରସିଂହ। କାରଣ ନରସିଂହ ଜଣେ ଦିନ ମଜୁରୀଆ ଭାବେ କାର୍ଯ୍ୟ କରନ୍ତି।ଯଦି ପୁଷ କୁ ଆଶ୍ରୟ ନ ଦେବେ ତା ପ୍ରତି କିଛି ଅଘଟଣ ଘଟିବ ସେଥି ନେଇ ନରସିଂହ ସ୍ଥାନୀୟ ଅଙ୍ଗନ୍ ୱାଡି କର୍ମୀଙ୍କ ଉପସ୍ଥିତି ରେ ଲେଖା ଲେଖି କରି ଘରେ ରଖିଛି। ନରସିଂହଙ୍କ ୨ ପୁଅ ଓ ଗୋଟିଏ ଝିଅ। ଝିଅକୁ ବାହା କରି ସାରିଛି। ତେବେ ନରସିଂହଙ୍କ ଆର୍ଥିକ ଅବସ୍ଥା ଯାହା ପୁଷର ଲାଳନପାଳନ କରିବା କଷ୍ଟ। ତୁରନ୍ତ ଏହି ଝିଅର ଲାଳନ ପାଳନ ଓ ଚିକିତ୍ସ। ଦାୟିତ୍ଵ ଜିଲ୍ଲା ପ୍ରଶାସନ ହାତକୁ ନେଉ ବୋଲି ସ୍ଥାନୀୟ ୱାର୍ଡ ମେମ୍ବର ସିନ୍ଧୁ ସ।ନ୍ତ। ଜିଲ୍ଲାପାଳ ଙ୍କ ନିକଟରେ ଦାବି କରିଛନ୍ତି। ଏହି ଘଟଣାରୁ ଜଣା ପଡିଛି ଏବେ ବି ବଞ୍ଚି ରହିଛି ମାନବିକତା।ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିକଳ।ଙ୍କ ମାନଂକ ପାଈଁ ମାଳ ମାଳ ଯୋଜନା ରହି ଥିବା ବେଳେ ସରକାରି ବାବୁ ମାନଂକ ଦୃଷ୍ଟି କାହିଁକି ପୁଷ ପ୍ରତି ପଡ଼ିଲା ନାହି ତାହା ସମସ୍ତଙ୍କୁ ଚକିତ କରୁଛି।

ସମ୍ବନ୍ଧିତ ଖବର