ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀରଲକ୍ଷ୍ମଣପୁର ଗ୍ରାମରେ ଲୋକକଳାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନର ସଭାପତି ଅନାଦି କାଡା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ଆଦିତ୍ୟ ମାଢି ଉପସ୍ଥିତ ଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,ବିଡିଓ ଅଜୟ କୁମାର ପ୍ରଧାନ,ଉପଦେଷ୍ଟା ରତ୍ନାକର ଦାସ,ସାଂସଦ ପ୍ରତିନିଧି କାମେଶ୍ବର ରାଓ,ଏପିଡି ହିମାଂଶୁ ମହାରଣା,ସରପଞ୍ଚ ସଂଯୁକ୍ତା ଖିଲ,ଆଦିବାସୀ ନେତା ଘେନୁ ମୁଦୁଲି ପ୍ରମୁଖ ଯୋଗ ଦେଇଥଇଲେ।
ଅମୃତର ମହୋତ୍ସବ ଅବସରରେ ଅତିଥିମାନେ ସହିଦ ମାଟି ବୀରଲକ୍ଷ୍ମଣପୁର ଗ୍ରାକୁ ଲୋକକଳା ଗ୍ରାମ ଭାବେ ମାନ୍ୟତା ଦିଆଯାଇଥିବାରୁ ମାଲକାନଗିରି ଜିଲ୍ଲାର ଅନେକ ନାଟଗୁରୁ,କଳାକାରମାନେ ବଣମଲ୍ଲୀ ପରି ବଣରେ ଫୁଟି ମଉଳି ଯାଇନାହାନ୍ତି।ଲୋକକଳା ଏବେ ଜିଲ୍ଲା ସହ ସମଗ୍ର ରାଜ୍ୟରେ ପ୍ରଚାର ପ୍ରସାର କରିପାରିଛି।ବିଶେଷକରି ଆଦିବାସୀଙ୍କ କଳା ସଂସ୍କୃତିର ବହୁମୁଖୀ ପ୍ରଚାର ପ୍ରସାର ଦିଗରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନର ଭୁମିକା ଗୁରୁତ୍ବପୂର୍ଣ୍ଣ ରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ମାଢି ପ୍ରକାଶ କରିଥିଲେ।
ଏହି ଅବସରରେ ନାଟଗୁରୁ ଏବଂ କଳାକାରମାନଙ୍କୁ ସମ୍ମାନୀତ କରାଯାଇଥିଲା।ବିଭିନ୍ନ ଆଦିବାସୀ ନୃତ୍ୟ,ସଂଗୀତ ଏବଂ ଲୋକକଳାକୁ ନେଇ ମଧ୍ୟ ପ୍ରତିଯୋଗିତା କରାଯାଇଥିଲା।ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଟଠନର କାର୍ଯ୍ୟାଳୟ ପାଇଁ ବିଧାୟକ ଶ୍ରୀ ମାଢି ନିଜ ପାଣ୍ଠିରୁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଳରାମ ସାମଲ,ଦାମୋଦର କାଡା,ଧନଫୁଲ ବାରିସ,ଭୀମସେନ ଖୁଡୁପିଆ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ବିନାଶ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ଧନୁର୍ଯ୍ୟୟ ହନ୍ତାଳ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Mkg-Desia-Natguru-annual-funtion-2.jpg)