ମକା ଟ୍ରକ ଓଜନ ପାଇଁ ବିଷୋୟୀପୁଟ ନିକଟରେ ଜାତୀୟ ରାଜପଥ ଜାମ୍: ଫସିଲା ଆମ୍ବୁଲାନସ୍ ‌

ଜୟପୁର : କୋରାପୁଟ ଓନବରଙ୍ଗପୁର ଜିଲ୍ଲାରୁ ମକାମଂଜି ମହାରାଷ୍ଟ୍ର ଓ ବାଂଲାଦେଶ ତଥା କିଛି ଅନ୍ତଃରାଷ୍ଟ୍ରକୁ ଚାଳାଣ ହେଉଛି। ଏଠାକାର ବ୍ୟବସାୟୀ ମାନେ ମକା ମଂଜି କିଣି ବାହାରକୁ ପଠାଉଛନ୍ତି। ଜୟପୁର ଉମୁରୀ‌ ଷ୍ଟେସନରୁ ୱେଗେନରେ ଏହା ପଠାଯାଉଛି।

ଆଜି ୱେଗନ୍ ଲାଗିଥିବାରୁ ମକା ମଂଜି ପଠା ଆରମ୍ଭ ହୋଇଛି। ଉଭୟ ଜିଲ୍ଲାରୁ ଶହ ଶହ ଟ୍ରକ ରଣ୍ଡାପାଲ୍ଲୀରୁ ବିଷୋୟୀପୁଟ , ଡିଷ୍ଟଲାରୀ ପର୍ଯ୍ୟନ୍ତ ଜାତୀୟ ରାଜପଥଉପରେ ରଖାଯାଇଛି। ଏଠାରେ ଥିବା ୱେ ମେସିନରେ ଏହି ସବୁ ଗାଡିର ଓଜନ କରାଯିବା ଫରେ ଉମୁରୀ ରେଳଷ୍ଟେସନକୁ ଗାଡ଼ି ଗୁଡ଼ିକ ଯାଉଛି। ଶହ ଶହ  ଲୋଡ଼େଡ୍ ଏବଂ ଅନ‌ଲୋଡ଼ ପରେ ଗାଡ଼ି ଗୁଡିକର ଓଜନ କରିବାକୁ ସମୟ ଲାଗୁଛି । ତେବେ ଜାତୀୟ ରାଜପଥର ଦୁଇ ପାର୍ଶ୍ବରେ ଏହି ଟ୍ରକ ଗୁଡ଼ିକ ଅଟକି ରହିବା ଫଳରେ ଏହି ରାସ୍ତାରେ ଜାମ୍ ହୋଇଛି। ଆଜି ଦିନ ତମାମ ବି ଏଭଳି ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଅପରାହ୍ନରେ ଏହା ବଢ଼ିଯାଇଥିଲା। ଅପରାହ୍ନରେ ୨ଟି ଆମ୍ବୁଲାନସ୍ ଏହି ରାସ୍ତାରେ ଫସି ଯାଇଥିଲା। ଏପରିକି ଶହ ଶହ ବସ, ଟ୍ରକ, କାର, ଜିପ୍ ଆଦି ବି ଜାମରେ ପ୍ରାୟ ଘଣ୍ଟାକ କାଳ ରହି ଯାଇଥିଲେ।  ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ଏ ନେଇ ସୂଚନା ପାଇବା ପରେ ଆମ୍ବାଗୁଡା ପାଣ୍ଡି ପୁଲିସକୁ ଟ୍ରାଫିକ୍ ଜାମ ହଟାଇବାକୁ  ପଠାଇଥିଲେ।

ଅନ୍ୟ ପକ୍ଷରେ ୨ଟି ଆମ୍ବୁଲାନସ୍ ସେଭଳି ସାଇରନ୍ ଦେଉଥିଲେ ହେଁ ଲୋ‌କଙ୍କର ମାନବିକତା ମରିଯାଇଥିବା ଲକ୍ଷ୍ୟ କରାଯାଇଥିଲା। ବହୁ କଷ୍ଠରେ ଉଭୟ ଆମ୍ବୁଲାନସକୁ ଟ୍ରାଫିକ୍ ଜାମ୍ ମଧ୍ୟରୁ ଜଣେ ବ୍ୟକ୍ତି ବାହାରକୁ କାଢ଼ିବା ପାଇଁ ପ୍ରୟାସ କରିବା ପରେ ଉଭୟ ଆମ୍ବୁଲାନସ୍ ଜାମରୁ ବାହାରିଥିଲା। ତେବେ ସକାଳ ଠାରୁ ରାସ୍ତାର ଉଭୟ ପାର୍ଶ୍ବରେ ଏହି ଟ୍ରକ ଗୁଡ଼ିକ ଜାମ କରି ରଖିଥିବାରୁ ଏଦିଗରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସେଭଳି ଜାତୀୟ ରାଜପଥ ଜାମ୍ କରିଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର