ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା କନିଷ୍ଠ ଜାତୀୟ ବାଳକ ହକି ପ୍ରତିଯୋଗିତାରେ ଗୁରୁବାର ୬ଟି ମ୍ୟାଚ୍ ଖେଳାଯାଇଛି। ମିଜୋରାମ ବିପକ୍ଷରେ ଦିଲ୍ଲୀ ବୃହତ୍ ବିଜୟ ହାସଲ କରିଛି। ଦିଲ୍ଲୀ ଓ ମିଜୋରାମ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ମ୍ୟାଚ୍ସାରା ଦବ୍ଦବା କାଏମ୍ ରଖି ଦିଲ୍ଲୀ ୨୬-୧ ଗୋଲ୍ରେ ବିଜୟୀ ହୋଇଛି।
ଦିଲ୍ଲୀ ପକ୍ଷରୁ ନୀତେଶ ସର୍ବାଧିକ ୭ଟି ଗୋଲ୍(୧୨,୨୬,୩୦,୩୯,୫୩,୫୪,୫୭) ଦେଇଥିବାବେଳେ ଅମନ ଶର୍ମା ୬ଟି(୨୯,୪୮,୫୧,୫୨,୫୬,୫୯) ଯୋଗେମ୍ବର ରାୱତ ୪ଟି(୨୩,୩୪,୩୭,୫୭), ପଙ୍କଜ ୪ଟି(୭,୨୪,୪୧,୫୫), ବିକାଶ ଉପାଧ୍ୟାୟ ୩ଟି(୧୮,୨୫,୩୭) ଏବଂ ଅଧିନାୟକ ନବୀନ ବିଧୁରୀ(୩୫) ଓ ନୀତିନ(୧୭) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ମିଜୋରାମର ଲାଲ୍ରାମ୍ଲୁଆ(୫୯) ଦଳ ପକ୍ଷରୁ ଗୋଟିଏ ମାତ୍ର ଗୋଲ୍ ପରିଶୋଧ କରିବାରେ ସକ୍ଷମ ହୋଇଥିଲେ। ସେହିଭଳି ଝାଡ଼ଖଣ୍ଡ ୧୧-୦ ଗୋଲ୍ରେ ପୁଡ଼ୁଚେରୀକୁ ପରାସ୍ତ କରିଥିବାବେଳେ ତାମିଲନାଡ଼ୁ ୯-୦ ଗୋଲରେ ଗୋଆକୁ, ପଞ୍ଜାବ ୧୬-୦ ଗୋଲ୍ରେ ଆସାମକୁ ଓ ବିହାର ୪-୧ ଗୋଲ୍ରେ ପଞ୍ଜାବକୁ ଓ ମହାରାଷ୍ଟ୍ର ୪-୧ ଗୋଲ୍ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଛି।