ରାଷ୍ଟ୍ରୀୟ ଲୋକ ଅଦାଲତ: ୧୦୫୧ଟି ମାମଲା ଫଇସଲା, ୫ କୋଟି ୧୭ ଲକ୍ଷ ଟଙ୍କା ଆଦାୟ

ବାଲେଶ୍ବର: ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଜଜ୍ କୋର୍ଟ ବାଲେଶ୍ବର ଓ ତାଲୁକ ଆଇନସେବା କେନ୍ଦ୍ର ଜଳେଶ୍ବର, ସୋର, ନୀଳଗିରି, ବସ୍ତା ଓ ଗ୍ରାମ୍ୟ ନ୍ୟାୟାଳୟ ଭୋଗରାଇ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଦୌରା ଜଜ୍ ତଥା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଭଗବାନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏହି ଲୋକ ଅଦାଲତରେ ଜିଲ୍ଲା ଏବଂ ଦୌରା ଜଜ୍ ବାଲେଶ୍ବର ସହିତ ଅନ୍ୟାନ୍ୟ ସମସ୍ତ ବିଚାର ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ। ମୋଟ ୫୪୬ (ଦେୱାନୀ ୨୭୭, ଚେକ୍ ବାଉନ୍ସ ମାମଲା ୭୪, ବ୍ୟାଙ୍କ ରିକଭରି ମାମଲା ୨, ମୋଟରଯାନ ଜନିତ ଦୁର୍ଘଟଣା ମାମଲା ୭୮, ବୈବାହିକ ବିବାଦ ମୋକଦ୍ଦମା ୪୩, କ୍ରମିନାଲ କମ୍ପାଉଂଡେବଲ ୩୭, ଏକ୍ଜ୍ୟକ୍ୟୁସନ ୩, କ୍ରମିନାଲ୍ ଅପିଲ୍ ୪, ଏଫ୍‌ଆରଟି୨୮) ଟି ପେଣ୍ଡିଂ ମାମଲାର ଫଇସଲା କରାଯାଇ ଚେକ୍‌ ବାଉନ୍ସ ମାମଲା ବାବଦକୁ ୧,୨୬,୮୫୬୨ ଟଙ୍କା, ବ୍ୟାଙ୍କ୍ ଋଣ ଆଦାୟ ମାମଲା ବାବଦକୁ ୪,୮୬,୮୭୧ ଟଙ୍କା, ମୋଟରଯାନଜନିତ ଦୁର୍ଘଟଣା ମାମଲା ବାବଦକୁ ୪,୨୧,୪୪,୦୦୦ ଟଙ୍କା ଆଦାୟ କରାଯାଇଛି। ଏତଦ୍‌ଭିନ୍ନ ପ୍ରାକ୍‌ ମୋକଦ୍ଦମା ଜନିତ ୫୦୫ଟି ବ୍ୟାଙ୍କ ମୋକଦ୍ଦମା ଫଇସଲା କରାଯାଇ ୭୮,୨୬,୮୬୮ ଟଙ୍କା ଆଦାୟ କରାଯାଇଛି। ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ବିଷ୍ଣୁଦେବ ଜେନା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର