ଜାତୀୟ ପଞ୍ଚାୟତିରାଜ ଦିବସରେ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ବ

ମାଲକାନଗିରି: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ରବିବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାଥିଲି ସଦର ପଞ୍ଚାୟତରେ ପିଇଓ ଅଶୋକ କୁମାର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ କାନାମ ରାଜୁ ନାୟକ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର, ଜନସାଧାରଣ ମଧ୍ୟ ଉପସ୍ଥିତ ଥିଲେ। ଏହି ଦିବସରେ ମାଥିଲି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ଲୋକ ପ୍ରତିନିଧିଙ୍କ ସମେତ ଜନସାଧାରଣଙ୍କର ସହଯୋଗ କାମନା କରାଯାଇଥିଲା।

ଏଥିସହ ପଞ୍ଚାୟତରେ ବାଲ୍ୟ ବିବାହ ରୋକିବା, ପଞ୍ଚାୟତକୁ ସ୍ବଚ୍ଛ, ସୁନ୍ଦର କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉପସ୍ଥିତ ଲୋକ ପ୍ରତିନିଧି ପଞ୍ଚାୟତର ଉନ୍ନତିରେ ସହଭାଗିତା କରିବୁ ବୋଲି ଶପଥ ନେଇଥିଲେ। ଏଥିସହ ଜିଲ୍ଲାର ସମସ୍ତ ୧୧୧ ପଞ୍ଚାୟତରେ ଏହି ଦିବସ ପାଳନ କରାଯାଇଥିଲା। ପିଇଓ ଓ ସରପଞ୍ଚ ମାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା।

ସମ୍ବନ୍ଧିତ ଖବର