ଖୋର୍ଦ୍ଧା: ଆଜି ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ମୁଖ୍ୟ ବକ୍ତା ଭାବେ ଐତିହାସିକ ନାରାୟଣ ରାଓ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ।
ଭାରତରେ ଆଧୁନିକ ସାମ୍ବାଦିକତାର ବିକାଶ, ବର୍ତମାନର ସ୍ଥିତି, ସୁସ୍ଥ ସାମ୍ବାଦିକତାର ଉପାଦେୟତା ସମ୍ପର୍କରେ ଆଲୋଚନା କରିବା ସହ ତଥ୍ୟଭିତ୍ତିକ ଖବର ପ୍ରକାଶ କରିବା ଓ ଲୋକଙ୍କ ସମସ୍ୟା, ପ୍ରସଙ୍ଗକୁ ସରକାରଙ୍କ ନିକଟରେ ନିରପେକ୍ଷ ଭାବେ ଯଥାବତ୍ ଉପସ୍ଥାପିତା କରିବା ଦ୍ୱାରା ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ଅତିଥି ଓ ବକ୍ତାମାନେ ମତ ଦେଇଥିଲେ । ବିଭିନ୍ନ ଖବର କାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି- ଉମାଶଙ୍କର ପ୍ରସାଦ, ରାମଶଙ୍କର ଦାଶ, ପ୍ରଭାତ ପାଣିଗ୍ରାହୀ, ଶୁଭ୍ରାଂଶୁ ସାମନ୍ତରାୟ ପ୍ରମୁଖ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ୱମତ ରଖିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ଜିତେନ୍ଦ୍ରୀୟ ଜେନା ଓ ବିଭାଗୀୟ କର୍ମଚାରୀମାନେ ପରିଚାଳନା କରିଥିଲେ ।
ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ
/sambad/media/post_attachments/wp-content/uploads/2022/11/National-Press-Day-by-Khordha-Dist-Administration.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)