ଜିଲ୍ଲାସ୍ତରୀୟ ଏକାଦଶ ଜାତୀୟ ଭୋଟର ଦିବସ ପାଳିତ

ଖୋର୍ଦ୍ଧା: ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ଏକାଦଶ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ରାଲି ଓ ମତଦାତା ସଂକଳ୍ପ ପାଠ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଆଜି ସକାଳେ ମତଦାନ ଓ ମତଦାତାଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏକ ରାଲି ବାହାରିଥିଲା । ଏଥିରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଓ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଅତିଥି ଭାବେ ଯୋଗ ଦେବା ସହ ରାଲିରେ ଦୌଡ଼ି ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) କୁମୁଦିନୀ ସୁବୁଦ୍ଧି, ଖୋର୍ଦ୍ଧା ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥିଙ୍କ ସହ ଅନ୍ୟ ଜିଲ୍ଲାସ୍ତରୀୟ, ବୁଥସ୍ତରୀୟ ଅଧିକାରୀମାନେ ରାଲିରେ ଯୋଗ ଦେଇଥିଲେ ।

ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମତଦାତା ସଂକଳ୍ପ ପାଠ ଓ ଭୋଟର ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଶ୍ରୀମତି ସୁବୁଦ୍ଧି ଜାତୀୟ ଭୋଟର ଦିବସ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାପାଳ ସଂକଳ୍ପ ପାଠ କରାଇଥିଲେ । ଏହି ଅବସରରେ ସହକାରୀ ଇଲେକ୍ଟୋରାଲ୍ ରେଜିଷ୍ଟ୍ରେସନ୍ ଅଫିସର ଅକ୍ଷୟ କୁମାର ରାଉତ, ସରୋଜ କୁମାର ରାଉତଙ୍କୁ ପୁରସ୍କୃତ କରାଯାଇଥିଲା । ଏହାସହ ବୁଥସ୍ତରୀୟ ଅଧିକାରୀ, ନିରୀକ୍ଷକଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ସମ୍ବନ୍ଧିତ ଖବର