କୁତ୍ରାରେ ନବୀନ ଜିନ୍ଦଲ, ହେଲିକପ୍‌ଟର ଦେଖିବାକୁ ଲୋକଙ୍କ ଭିଡ

କୁତ୍ରା: ଆଜି ଜିନ୍ଦଲ କମ୍ପାନିର ମୁଖ୍ୟ ନବୀନ ଜିନ୍ଦଲ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ହେଲିକପ୍‌ଟର ଯୋଗେ ଅବତରଣ କରିଥିଲେ । ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ କିଛି ସମୟ ପରେ ନବୀନ ହେଲିକେପ୍ଟରରୁ ବାହାରି କନ୍ଦେଇମୁଣ୍ଡା ଠାରେ ନିର୍ମାଣାଧୀନ ଥିବା ଜେଏସ୍ଡବ୍ଲୁ ଅଧିକୃତ ଶିବା ସିମେଣ୍ଟ କାରଖାନାକୁ ଯାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ତାଙ୍କ ହେଲିକପ୍‌ଟରକୁ ଦେଖିବା ପାଇଁ ଲୋକମାନେ ଭିଡ ଲଗାଇଥିଲେ । ଏଇଟା ଯେହେତୁ ନିହାତି ମଫସଲ ଅଂଚଳ ଏହି ଅଞ୍ଚଳର ଲୋକେ ବିଶେଷ ଭାବେ ହେଲିକପ୍‌ଟର ଦେଖି ନାହାନ୍ତି। ସେଦୃଷ୍ଟିରୁ ସାଧାରଣ ଲୋକମାନଙ୍କ ହେଲିକପ୍‌ଟର ଦେଖିବା ପାଇଁ ଏଠି ଯାତ୍ରା ଭଳିଆ ଭିଡ ଦେଖିବାକୁ ମିଳିଥିଲା । ଏହା ସମସ୍ତଙ୍କ ପାଇଁ ଏକ କୌତୁହଳର ବିଷୟ ହୋଇଥିଲା । ଲୋକେ ହେଲିକପ୍‌ଟର ଦେଖି ଭାରି ଖୁସି ଅନୁଭବ କରିଥିଲେ ।

ସମ୍ବନ୍ଧିତ ଖବର