ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର

ଜଗତସିଂହପୁର : ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର କରିଛନ୍ତି | ସେ କହିଛନ୍ତି ଯେ ବିରୋଧୀ ଦଳ ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି | ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫-ଟି  ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, କାଳିଆ, ମଧୁବାବୁ ପେନ୍‍ସନ୍‍ ଯୋଜନା, ଚାଉଳ କାର୍ଡ ଆଦି କେମିତି ଲାଗୁଛି, ପୁରୀ ମନ୍ଦିର କାମ କେମିତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ | ଏହାପରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ସାରା ଭାରତବର୍ଷରେ ଏକ ନମ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାକୁ ଏକ ନମ୍ୱର କରିବେ ନବୀନ ପଟ୍ଟନାୟକ | ବିଜେପି ଦଳ ମେନିଫେଷ୍ଟୋରେ ଲେଖିଛି ସେମାନେ କ୍ଷମତାକୁ ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ କରିବେ |

ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ମାତ୍ର ୨ କୋଟି ପରିବାର ଏଥିରେ ସାମିଲ ହୋଇପାରିବେ, ଅଧା ଲୋକ ଉପକୃତ ହେବେ | ବି.ଏସ୍‍.କେ.ୱାଇ ଯୋଜନାରେ ଓଡ଼ିଶାର ୯୮ ପ୍ରତିଶତ ଲୋକ ଉପକାର ପାଉଛନ୍ତି | ଦ୍ୱିତୀୟରେ କହିଛନ୍ତି ବିଜୁଳି ମାଗଣା ଦେବେ | ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବାକୁ ପଡ଼ିବ | ସୂର୍ଯ୍ୟକିରଣରୁ ଆପଣମାନେ ବିଜୁଳି ପାଇବେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ | ତୃତୀୟରେ କହିଛନ୍ତି, ପ୍ରତି ମହିଳାଙ୍କୁ ୫୦ ହଜାର ଦେବେ | ପୂର୍ବ ନିର୍ବାଚନ ସମୟରେ କହିଥିଲେ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବେ, କୁଆଡ଼େ ଗଲା ? ତାଙ୍କୁ ପଚାରିବେ ? ଅଧିକ ମାର୍ଜିନରେ ପ୍ରାର୍ଥୀମାନଙ୍କୁ ଜିତାଇଲେ ସ୍ୱତନ୍ତ୍ର ପୁରସ୍କାର ଦେବେ ମୁଖ୍ୟମନ୍ତ୍ରୀ ବୋଲି ପାଣ୍ଡିଆନ କହିଥିଲେ |

ସମ୍ବନ୍ଧିତ ଖବର