କେନ୍ଦ୍ରାପଡ଼ା: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ରୋଡ ସୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ରୋଡ ସୋ’ ମାଧ୍ୟମରେ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ନବୀନ ଆଜି ଖରିନାସି ଗ୍ରାମପଂଚାୟତର ହରିଆବାଙ୍କ ମା’ ଶାରଳା ମନ୍ଦିର ନିକଟରୁ ରୋଡ ସୋ’ ଆରମ୍ଭ କରିଥିଲେ। ସେ ଖରିନାସି, ରାମନଗର, ବଉଳକାନୀ, ବାରଡଙ୍ଗା, ମଙ୍ଗଲପୁରରେ ରୋଡ ସୋ’ କରିଛନ୍ତି।

Advertisment

publive-image

ହେଲିକପ୍ଟର୍‌ରୁ ଅବତରଣ କରିବା ପରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀଙ୍କ ସମେତ ଦଳୀୟ କର୍ମୀ ଓ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ। ସେଠାରୁ ହାଇଟେକ୍‌ ବସ୍‌ରେ ଚଢ଼ି ମୁଖ୍ୟମନ୍ତ୍ରୀ ସମବେତ ଗ୍ରାମବାସୀ ଓ ମହିଳାମାନଙ୍କୁ ସମ୍ବୋଧନ କରି କହିଥିଲେ କି, ମୁଁ ଆପଣମାନଙ୍କ ଗାଁ’କୁ ଆସିଛି ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି। ଏଠାରୁ ମୁଖ୍ୟମନ୍ତ୍ରୀ ଛପାଲି ଦେଇ ଗରଦପୁର ଯାଏଁ ରୋଡ୍‌ ସୋ’ କରିଛନ୍ତି।

ସେଠାରୁ ପାଟକୁରା ଦେଇ ମୁଖ୍ୟମନ୍ତ୍ରୀ ଇଚ୍ଛାପୁରସ୍ଥିତ ବଳଦେବଜୀଉ ମନ୍ଦିର ଦର୍ଶନ କରିବାକୁ ଯିବେ। ତା’ପରେ କେନ୍ଦ୍ରାପଡ଼ା ସହରରେ ପ୍ରବେଶ କରି ସେଠାରୁ ଜଣ୍ଟିଲୋ ଯିବେ ଓ ଆଇ. ବି.ରେ ରାତ୍ରୀ ଯାପନ କରିବେ।