ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର କାସଲପାଦରେ ପୁଲିସ-ନକ୍ସଲ ଏନକାଉଣ୍ଟର ପରେ ନିଖୋଜ ସୁରକ୍ଷା ବାହିନୀର ୧୭ ଜଣ ଯବାନ ସହିଦ ହୋଇଥିବା ଆଜି ଜଣାପଡ଼ିଛି। ସହିଦ ଯବାନଙ୍କ ମଧ୍ୟରେ ୧୨ ଜଣ ଡିଆରଜି ଓ ୫ ଜଣ ଏସ୍‌ଟିଏଫ୍‌ ଯବାନ ସାମିଲ ଅଛନ୍ତି। ଏସ୍‌ଟିଫ ଯବାନ ପି.ପି .ରାମ ରାଠିଆ, ଏ.ପି.ସି. ନାରଦ ବିଷାଦ, ହେମନ୍ତ ପୟା, ଆମର୍ଜିତ ଖଲଖ, ମଡ଼କାମ ବୁଚ୍ଚା, ଡିଆରଜି ଯବାନମାନେ ହେଲେ ହେମନ୍ତ ଦାସ, ଗଂଧମ ରମେଶ, ଲିବ୍ରୁ ରାମ, ସୋୟମ ରମେଶ, ଉଇକା କମଲେସ, ପୋଡିୟମ ମୁତ୍ତା, ଉଇକା ଧୁରୁଆ, ମଡ଼କମ ମାଶା, ପୋଡିୟମ ଲକ୍ଷ୍ମା, ମଡ଼କମ ହିଡ଼ମା ସହିଦ ହୋଇଥିବା ବେଳେ ପୁଲିସ ଇଂନଫର୍ମର ନିତେନ୍ଦ୍ର ନଞ୍ଜଯମିଙ୍କ ମୃତ୍ୟୁ ହୋଇଛି। ସରକାରୀ ସୂତ୍ରରୁ ଏହା ନିଶ୍ଚିତ ହୋଇଛି। ତେବେ ସରକାରୀ ବିବୃତ୍ତି ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ସୂଚନାଯୋଗ୍ୟ, ଯେ ଶନିବାର ଦିନ ସିଆରପିଏଫ୍‌, ଏସ୍‌ଟିଏଫ ଏବଂ ଡିଆରଜିର ପ୍ରାୟ ୫୫୦ ଯବାନ ନକ୍ସଲ ସନ୍ଧାନରେ ବାହାରିଥିଲେ। ଏହି ସମୟରେ କାସଲପାଦରୁ ଫେରୁଥିବା ବେଳେ କୋରାଜ ଡୋଙ୍ଗ୍ରି ନିକଟରେ ନକ୍ସଲମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ଏହି ଗୁଳିବିନିମୟରେ ୧୫ଜଣ ଯବାନ ଆହତ ହୋଇଥିବା ଜଣାପଡିଛି।

Advertisment

ଏନ୍‌କାଉଣ୍ଟରରେ ନକ୍ସଲ ନେତା ସମେତ ଅନେକ ନକ୍ସଲ ନିହତ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଏହି ଏନ୍‌କାଉଣ୍ଟରରେ ଆହତ ୧୫ ଜଣ ଯବାନଙ୍କୁ ରାୟପୁରସ୍ଥିତ ରାମକୃଷ୍ଣ କେୟାର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

publive-image Photo: Lalluram

ସୂଚନାଯୋଗ୍ୟ, ଛତିଶଗଡର କାଂକେର ଜିଲ୍ଲାରେ ଗତ ୧୬ ତାରିଖରେ ନକ୍ସଲମାନେ ପୁଣି ହିଂସାତ୍ମକ ହୋଇଥିଲେ। ସେମାନେ ବିଏସଏଫ ଯବାନଙ୍କୁ ଟାର୍ଗେଟ କରିଥିଲେ। ନକ୍ସଲମାନେ ପୁଲିସ ପାର୍ଟି ଏବଂ ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରିବା ସହ ଅତର୍କିତ ଗୁଳି ବର୍ଷଣ କରିଥିଲେ। ଏହି ଘଟଣା ଜଣେ ଯବାନ ଆହତ ହୋଇଥିବା ବେଳେ ବହୁ ନକ୍ସଲ ମଧ୍ୟ ଆହତ ହୋଇଥିଲେ। ୧୫୭ ମହଲା କ୍ୟାମ୍ପର ବିଏସଏଫ ବାଟାଲିନୟର ଯବାନ କୁମ୍ବିଂ କରିବାକୁ ଯାଇଥିଲେ। ତେବେ ପୂର୍ବରୁ ନକ୍ସଲ ଆମ୍ବୁସ ଲଗାଇ ବସିଥିଲେ। ଯବାନଙ୍କୁ ଦେଖି ନକ୍ସଲ ପ୍ରଥମେ ବୋମା ବିସ୍ଫୋରଣ କରିଥିଲେ।ଏହି ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିଲେ। ଆହତ ଯବାନ କୃପା ଶଂକରଯତାଂକୁ ତୁରନ୍ତ ରାୟପୁର ସ୍ଥାନାନ୍ତରିତ କରାଯାଇଥିଲା।