ମାଲକାନଗିରି: ସ୍ବାଭିବାନ ଅଂଚଳରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଶକ୍ତି ପ୍ରଦର୍ଶନ ଚାଲିଛି। ଯବାନଙ୍କ ଦ୍ବାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସ୍ବାଭିମାନ ଅଂଚଳର ଲୋକେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ତେଣୁ ଆଜି ମାଓପ୍ରବଣ ଅଂଚଳରୁ ଲୋକେ ପଳାୟନ କରିଛନ୍ତି। ମାଓ ଭୟ ହେବାରୁ ୭ଟି ପଂଚାୟତର ମୋଟ ୮୫ ପରିବାର ଗ୍ରାମ ଛାଡିଛନ୍ତି। ଏବେ ଏମାନେ ଚିତ୍ରକୋଣ୍ଡା ନିକଟସ୍ଥ ରାଜୁଲକୋଣ୍ଡା ଗ୍ରାମ ନିକଟରେ ବସବାସ କରିବା ପାଇଁ ଆସିଛନ୍ତି।
/sambad/media/post_attachments/wp-content/uploads/2021/02/a7e2065e-4783-4222-adfc-f811ca69a30c-1024x768.jpg)
ସ୍ବାଭିମାନ ଅଂଚଳରେ ଏବେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଶକ୍ତି ପ୍ରଦର୍ଶନ ଚାଲିଥିବା ବେଳେ ଲୋକେ କିନ୍ତୁ ଏବେ ହରଡଘଣାରେ ପଡ଼ିଛନ୍ତି।ନକ୍ସଲକୁ ସମର୍ଥନ କଲେ ପୁଲିସ ବାନ୍ଧିବ ଏବଂ ପୁଲିସକୁ ସମର୍ଥନ କଲେ ଜୀବନ ଯିବ। ତେଣୁ ଲୋକେ ଏବେ ନିଜର ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଛନ୍ତି। ଗାଁ ଛାଡିଥିବା ପରିବାରଗୁଡିକ ହେଲା ଯଡାମ୍ବ ପଞ୍ଚାୟତର ତାରାବେଡା, ବିହନଗୁଡି, ପୁଡଖାଲ, ଦୋରାଗୁଡା, ପୂଜାରୀଗୁଡା, ଖଜୁରିଗୁଡା, ତାଡିଗୁଡା, ମାଟିଖାଲ, ଡୋଲିଆମ୍ବ, ଡାଲଗୁଡା, ପାଲସ ପଦର, ତାଡପଦର ଗ୍ରାମର ପ୍ରାୟ ୬୭ ପରିବାର ଗ୍ରାମ ଛାଡିଛନ୍ତି।ସେହିପରି ପଣସପୁଟ ପଞ୍ଚାୟତର ଡଙ୍ଗାପଦର, ବେଜିଂ, ବଡପୁଟ, ମୁତାଆମ୍ବ ୮ଟି ପରିବାର ଗ୍ରାମ ଛାଡିଥିବା ବେଳେ ବଡପଦର ପଞ୍ଚାୟତର ୪ଟି ପରିବାର, ଅଣ୍ଡ୍ରାପାଲୀ ପଞ୍ଚାୟତର ୭ଟି ପରିବାର, ବଡପଡା ପଞ୍ଚାୟତର ୪ଟି ପରିବାର, ନାକାମାମୁଡି ପଞ୍ଚାୟତର ଗୋଣ୍ଡିଆପଡା ଗ୍ରାମର ୪ ପରିବାର ଏବଂ ଡୁମୁରିପୁଟ ଗ୍ରାମର ୨ଟି ପରିବାର ଗ୍ରାମ ଛାଡିଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2021/02/Mkg-swabhiman-acnchala-ra-villagers-gaon-chhadile-3-1024x652.jpg)
ଗ୍ରାମବାସୀ ନିଜର ପୈତୃକ ଘର ସମେତ ନିଜର ଘରଦ୍ବାର ସବୁ ଛାଡି ଏବେ ଚିତ୍ରକୋଣ୍ଡାର ରାଜୁଲକୋଣ୍ଡାରେ ବସବାସ କରିବା ପାଇଁ ଆସିଛନ୍ତି।ଏଠାରେ ସୂଚନା ଯୋଗ୍ୟ ଯେ ଯଡାମ୍ବ ପଞ୍ଚାୟତର ଚାରିପଟେ ସୁରକ୍ଷାର ବ୍ୟବସ୍ଥା ରହିଥିବା ବେଳେ ଏହି ପଞ୍ଚାୟତର ଏତେ ୬୦ରୁ ଉର୍ଦ୍ଧ୍ବ ପରିବା ଗ୍ରାମ ଛାଡିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦିନ ଥିଲା ସ୍ବାଭିମାନ ଅଂଚଳକୁ ନକ୍ସଲ ନିଜର ଗଡ ଭାବେ ଅକ୍ତିଆର କରିନେଇଥିଲେ,ଯେଉଁଠି ପୁଲିସ କିମ୍ବା ପ୍ରଶାସନ ପହଞ୍ଚିବା ଏକ ପ୍ରକାର ମୁସକିଲ ରହିଥିଲା। କିନ୍ତୁ ଏବେ ସ୍ବାଭିମାନ ଅଂଚଳର ଅର୍ଧାଧିକ ଗ୍ରାମକୁ ସୁରକ୍ଷା ବ୍ୟବସ୍ଥା ପହଞ୍ଚିଥିଲେ ମଧ୍ୟ ନକ୍ସଲ ନିଜର ପତିଆରା ଜାହିର କରୁଛନ୍ତି, ଯାହାଦ୍ବାରା ଲୋକେ ଗ୍ରାମ ଛାଡିଥିବା କୁହାଯାଇଛି।
/sambad/media/post_attachments/wp-content/uploads/2021/02/ee4b92ba-d316-4b92-aa79-81960496427c.jpg)
ଏହି ଗ୍ରାମର ଲୋକମାନେ ପୁଲିସକୁ ସମର୍ଥନ କରିବା ସହ ବିକାଶକୁ କିପରି ତ୍ବରାନ୍ବିତ ହେବ ସେନେଇ ପ୍ରଶାସନକୁ ସମର୍ଥନ କରୁଥିବାରୁ ନକ୍ସଲଙ୍କର ଟାର୍ଗେଟ ହୋଇଥିବା କୁହାଯାଇଛି। ନିଜର ଭିଟାମାଟି ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। କେହି ନିରୀହ ନକ୍ସଲ ହାତରେ ନମରନ୍ତୁ ଏହି ଚିନ୍ତା କରି ଗ୍ରାମ ଛାଡିଥିବା ଏମାନେ କୁହନ୍ତି। ଅନ୍ୟ ଦିଗରେ କିଛି ଲୋକ ସେଠାରେ କାମଧନ୍ଦା ନଥିବାରୁ ବହୁ ହଇରାଣ ହେଉଥିବା କହିଥିଲେ। ଗ୍ରାମରୁ ବାହାରକୁ ବାହାରିଲେ ନକ୍ସଲଙ୍କର ଟାର୍ଗେଟ ହେବା ସ୍ବାଭାବିକ। କେତେ ଦିନ ଗ୍ରାମରେ ରହି ବସି ଖାଇବେ ବୋଲି କହିଛନ୍ତି।ତେଣୁ ଚିତ୍ରକୋଣ୍ଡାକୁ ଆସି ଏଠାରେ କାମଧନ୍ଦା କରି ବଂଚିବେ ବୋଲି ଚିନ୍ତା କରି ଗ୍ରାମରୁ ଚାଲିଆସିଥିବା କହିଛନ୍ତି।
ତେବେ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରା ଏମାନଙ୍କ ପାଖରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ପୁଲିସ ମଧ୍ୟ ପହଞ୍ଚି ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଉଛି। କିନ୍ତୁ ଲୋକେ ଆଉ ନିଜ ଭିଟାମାଟିକୁ ଫେରିବେ ନାହିଁ ବୋଲି ଜିଦ୍ ଧରିଛନ୍ତି।ପ୍ରଶାସନ ତରଫରୁ ତୁରନ୍ତ ଏହି ଲୋକମାନଙ୍କର ସମସ୍ୟାକୁ ସମାଧାନ କରିବା ସହ କିଭଳି ଏମାନେ ଥଇଥାନ ହେବେ ସେନେଇ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/85-Family-Leave-Home-Town-Due-to-Naxalite_Thumbnail.jpg)