ନକ୍ସଲ-ପୁଲିସ ମଧ୍ୟରେ ଗୁଳିବିନିମୟ

ଜଣେ ନକ୍ସଲ ଗିରଫ, ବୋମା ସହ ମୋ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି। ଆଜି ସହିଦ ସପ୍ତାହର ଅଷ୍ଟମ ଦିନ ଥିବା ବେଳେ  ନକ୍ସଲ ସହ ମୁଁହାମୁହିଁ ହୋଇଛି ପୁଲିସ। ସୁକମା ଜିଲ୍ଲାର ପୋର୍ଦେମ ଏବଂ ରୁବମେଟି ମଧ୍ୟରେ ଥିବା ଜଙ୍ଗଲ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ନକ୍ସଲ ପୁଲିସ ଉପରେ ଅତର୍କିତ ଗୁଳି ଚଳାଇଥିଲା। ପରେ ପୁଲିସ ମଧ୍ୟ ପାଲଟା ଜବାବ ଦେଇଥିଲା।

ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିବା ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ ବେଳେ ଜଣେ ମଇବାଡିକୁ ଗିରଫ କରିଥିବା ବେଳେ ବୋମା ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି। ଗିରଫ ହୋଇଥିବା ନକ୍ସଲ ଜଣକ ହେଲେ ମରକମ ନନ୍ଦା ଅରଫ ନରେନ୍ଦ୍ର। ସୁକମା ଏବଂ ଦନ୍ତେୱାଡା ଜିଲ୍ଲାରେ ସକ୍ରିୟ ଥିଲା। ସରକାର ନରେନ୍ଦ୍ର ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ବହୁ ନକ୍ସଲ ଘଟଣାରେ ନରେନ୍ଦ୍ର ସାମିଲ ଥିବା ପୁଲିସ କହିଛି। ଘଟଣାସ୍ଥଳରୁ ବୋମା ଉଦ୍ଧାର କରାଯାଇଥିବା ବେଳେ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି।

ସମ୍ବନ୍ଧିତ ଖବର