ରାସ୍ତା କାମରେ ନିୟୋଜିତ ହୋଇଥିବା ଟ୍ରାକ୍ଟର ଓ ଜେସିବିକୁ ଜାଳି ଦେଲେ ନକ୍ସଲ

ରାଉରକେଲା: ରାଉରକେଲା-ସୀମାନ୍ତ ଝାଡଖଣ୍ଡର ସୋନୁଆ ନିକଟ ଗୁଦୁଡି ଥାନାର କୁଟିପିରେ ରାସ୍ତା କାମକୁ ବିରୋଧ କରି ଏକ ଠିକା ସଂସ୍ଥାର ଗୋଟିଏ ଟ୍ରାକ୍ଟର ଓ ଜେସିବିକୁ ନକ୍ସଲମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗତବର୍ଷ ମଧ୍ୟ ରାସ୍ତା କାମରେ ନିୟୋଜିତ ଏହି ଠିକା ସଂସ୍ଥାର ଅନେକ ସଂଖ୍ୟାରେ ଗାଡିକୁ ମାଓବାଦୀମାନେ ପୋଡି ଦେଇଥିଲେ। ରବିବାର ରାତି ପାଖାପାଖି ୮ଟାରେ ଦୁଇଟି ମୋଟର ସାଇକେଲରେ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ଆସି ତେଲ ମାଗିଥିଲେ । ଆଉ ଗାଡିଗୁଡିକରେ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ।

ପୋଡାହାତ ଜଙ୍ଗଲର ଏହି ଅଞ୍ଚଳରେ ମାଓବାଦୀ ତଥା ପିଏଲଏଫଆଇ ସଙ୍ଗଠନ ସକ୍ରିୟ ହୋଇଥିବାବେଳେ କିଏ ନିଆଁ ଲଗେଇଛି ଏ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଘଟଣାସ୍ଥଳରେ କିଛି ପୋଷ୍ଟର ମିଳି ନଥିବାରୁ ଏହି କାଣ୍ଡ ନକ୍ସଲଙ୍କ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଝାଡଖଣ୍ଡର ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର