ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ ପାଳିଲେ ୧୮ତମ ପ୍ରତିଷ୍ଠା ଦିବସ। ବିଭିନ୍ନ ରାଜ୍ୟରୁ ଆସିଥିବା ଶତାଧିକ ନକ୍ସଲ ବିଜାପୁର ଘଂଚ ଜଂଗଲରେ ପୂର୍ବରୁ ହିଁ ଏକ ସହିଦ ସ୍ତମ୍ଭ ନିର୍ମାଣ କରି ସେଥିରେ ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା କମ୍ରେଡମାନଙ୍କର ନାମ ଲେଖାଯିବା ସହ ସେମାନଙ୍କର ବଳିଦାନକୁ ମନେ ପକାଯାଇଥିଲା। ହଜାର ହଜାର ଲୋକଙ୍କ ଗହଣରେ ମାଓବାଦୀ ସଂଗଠନର ଗଣନାଟ୍ୟ ମଣ୍ଡଳୀର ସଦସ୍ୟ ଓ ସଦସ୍ୟାମାନେ ନାଚଗୀତ କରି ଲୋକଙ୍କୁ ସଚେତନ କରାଇଥିଲେ। କିପରି ପୁଲିସ ଏବଂ ସରକାର ଲୋକଙ୍କୁ ଠକୁଛନ୍ତି ତାହା ଗୀତିନାଟ୍ୟ ମଧ୍ୟମରେ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ନକ୍ସଲ ଏହାର ଏକ ଭିଡିଓ ଉତ୍ତୋଳନ କରି ଗଣମାଧ୍ୟମକୁ ପ୍ରଦାନ କରିଥିଲେ। ନକ୍ସଲ ଏବେ ବି ସୀମାନ୍ତରେ ସଂଗଠନକୁ ମଜବୁତ କରି ରଖିଥିବା ଦର୍ଶାଇଥିଲେ। ଶତ୍ରୁ ଯେତେ ଯୋଜନା କଲେ ମଧ୍ୟ ସଂଗଠନକୁ କେବେ ମଧ୍ୟ ଭୁଷୁଡାଇପାରିବ ନାହିଁ ବୋଲି କହିଛନ୍ତି। ଏକ ବିରାଟ ରାଲିରେ ହଜାର ହଜାର ଲୋକ ବାହାର ଜଂଗଲରେ ପରିକ୍ରମା କରିବା ସହ ହାତରେ ପ୍ଲା କାର୍ଡ ଧରି ସରକାର ବିରୋଧୀ ସ୍ଲୋଗାନ ଦେଉଥିଲେ। ତେବେ ଲୋକେ ନକ୍ସଲଙ୍କର ବନ୍ଧୁକ ମୁନରେ ଏଭଳି ବିରୋଧୀ ସ୍ଲୋଗାନ ଦେବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2022/09/Mkg-naxal-pratistha-divas-palile-3.jpg)
ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ନକ୍ସଲମାନଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରାଯାଇଥିଲା। ପୁଣି ଲୋକଙ୍କର ପ୍ରିୟ ଭାଜନ ହେବାକୁ ନକ୍ସଲ ପ୍ରାଣ ଉଦ୍ୟମ ଚେଷ୍ଟା କରୁଥିବା ଏଥିରୁ ହୃଦୟଙ୍ଗମ ହେଉଥିଲା। ଧିରେ ଧିରେ ନକ୍ସଲର କ୍ୟାଡର ନକ୍ସଲମାନେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ ଛୋଟ ଛୋଟ ନକ୍ସଲମାନେ ସଂଗଠନ ଛାଡି ନିଜ ଘରକୁ ଫେରୁଛନ୍ତି। ତେବେ ଗତ ୨୧ ତାରିଖରୁ ୨୭ ତାରିଖପର୍ଯ୍ୟନ୍ତ ନକ୍ସଲ ପାଳନ କରୁଥିବା ୧୮ ତମ ପ୍ରତିଷ୍ଠା ଦିବସରେ ନକ୍ସଲ ଏହାକୁ ଜୋରଦାର ପାଳନ କରିବା ସହ ଲୋକଙ୍କ ସମର୍ଥନ ମଧ୍ୟ ଯୋଗାଡ କରିବାରୁ ସଫଳ ହେଉଥିବା ଦେଖିବାକୁ ମିଳିଛି।
ନିଜର ପରାକ୍ରମ ଦେଖାଇବା ସହ ଲୋକେ ଯେପରି ନକ୍ସଲଙ୍କ ସମର୍ଥନ କରି ସରକାରଙ୍କୁ ବିରୋଧ କରିବେ ସେନେଇ ବୁଝାଉଥିବା ଦେଖିବାକୁ ମିଳିଛି।ଜଂଗଲରେ ବଡ ବଡ ବ୍ୟାନର ସହ ସହିଦସ୍ତମ୍ଭରେ ଲାଲ ରଂଗ ମାରି ଲୋକଙ୍କୁ ନିମନ୍ତ୍ରଣ କରି ଆଞ୍ଚଳିକ ଭାଷାରେ ଗୀତ ଗାଇ ନାଚି ଥିଲେ।ତେବେ ଆସନ୍ତାକାଲି ଶେଷ ଦିବସ ହୋଇଥିବା ବେଳେ ସୀମାନ୍ତରେ ପୁଣି ଏହି ଦିବସକୁ ପାଳନ କରାଯିବ ବୋଲି କୁହାଯାଇଛି।ତେବେ ମାଲକାନଗିରିରେ କିନ୍ତୁ ପୁଲିସ ଏବଂ ବିଏସଏଫ ତରଫରୁ ଘନ ଘନ କୁମ୍ବିଂ କରାଯାଉଥିବାରୁ ଏହି ଦିବସକୁ ପାଳନ କରିବାକୁ ନକ୍ସଲ ପଛଘୁଞ୍ଚା ଦେଇଛନ୍ତି। ତେବେ ଜିଲ୍ଲା ପୁଲିସର ଏହା ସଫଳତା ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Mkg-naxal-pratistha-divas-palile-1.jpg)