ନକ୍ସଲ ହିଂସା: ରେଳ ଲାଇନ କାଟିଲେ ନକ୍ସଲ 

ମାଲବାହୀ ଟ୍ରେନର ୩ଟି ଇଞ୍ଜିନ ଏବଂ ୨ଟି ୱାଗନ କ୍ଷତିଗ୍ରସ୍ତ

ମାଲକାନଗିରି: ଗତ କିଛି ଦିନ ତଳେ ମହାରାଷ୍ଟ୍ରରେ ପୁଲିସ ଏକାଉଣ୍ଟରରେ ୨୬ ଜଣ ନକ୍ସଲଲ ମୃତ୍ୟୁବରଣ କରିଥିବା ପ୍ରତିବାଦରେ ମାଓ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ୨୭ ତାରିଖ ଦିନ ନକ୍ସଲ ମଧ୍ୟ ରିଜନର ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ଓଡିଶା, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟରେ ଏହି ବନ୍ଦ ଡାକରା ଦିଆଯାଇଛି।

ତେବେ ଭାରତ ବନ୍ଦ ହେବା ପୂର୍ବରୁ ନକ୍ସଲ ହିଂସାତ୍ମକ ହୋଇପଡନ୍ତି। ଭାରତ ବନ୍ଦର ଗୋଟିଏ ଦିନ ପୂର୍ବରୁ ନକ୍ସଲ ଦନ୍ତେଵାଡା ଜିଲ୍ଲାର ଭାସିଁ ଠାରେ ନକ୍ସଲ ଗତକାଲି ରାତିରେ ରେଳ ଲାଇନକୁ କାଟି ଦେଇଥିଲେ, ଯାହାଫଳରେ ବଚେଲି ଠାରୁ ବିଶାଖାପାଟଣମ୍ ଯାଉଥିବା ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମାଲବାହୀ ଟ୍ରେନର ୩ଟି ଇଞ୍ଜିନ ଏବଂ ୨ଟି ଵାଗନ ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ଏବଂ ବ୍ୟାନର ମାରିଛନ୍ତି।

ସହିଦଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରିବା ପାଇଁ ଲୋକଙ୍କୁ ନିବେଦନ କରିବା ସହ କମ୍ରେଡ ଦୀପକର ସାହସିକତାକୁ ଭୃୟସୀ ପ୍ରଶଂସା କରାଯାଇଛି। ଘଟଣା ଘଟିବା ପରେ ଆଜି ସକାଳୁ ରେଳ ବିଭାଗର ଏକ ଟିମ ଘଟଣାସ୍ଥଲରେ କଡା ସୁରକ୍ଷାର ସହିତ ପହଞ୍ଚିଛନ୍ତି। ଆଜି ପୁଲିସର କଡା ସୁରକ୍ଷାରେ ରେଳ ଲାଇନକୁ ମରାମତି କରାଯାଉଥିବା ଜଣାପଡିଛି। ତେବେ ପାସିଞ୍ଜର ଟ୍ରେନ ଏହି ସମୟରେ ଆସୁନଥିବାରୁ ଅଳ୍ପକେ ଯାତ୍ରୀ ବର୍ତ୍ତି ଯାଇଥିବା ଆଲୋଚନା ଜୋର ଧରିଛି। ଆଜି ଦିନ ତମାମ ଟ୍ରେଟ ଚଳାଚଳରେ ବାଧାପ୍ରାପ୍ତ ହୋଇଛି।ଭୈରମଗଡ ମାଓ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି। ତେବେ ପୋଷ୍ଟରରେ କିନ୍ତୁ ଦଣ୍ଡକାରଣ୍ୟ ଜୋନାଲ କମିଟି ତରଫରୁ ପୋଷ୍ଟର ଏବଂ ବ୍ୟାନର ମରାଯାଇଛି।

ସମ୍ବନ୍ଧିତ ଖବର