ମାଲକାନଗିରି: ଓଡ଼ିଶାର ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଲେପାଲ ଜଙ୍ଗଲରେ ପୁଲିସ୍ ଏନ୍କାଉଣ୍ଟରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛ । ପୁଲିସ ମୃତ ନକ୍ସଲଙ୍କ ନିକଟରୁ ଗୋଟିଏ ଦେଶୀବନ୍ଧୁୁକ, ଗୁଳି ସହିତ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି।
/sambad/media/post_attachments/wp-content/uploads/2018/08/mlkangiri-1-300x190.jpg)
ଛତିଶଗଡ଼ର ନାରାୟଣପୁର ପୁଲିସ ଚିନାରି - କଲେପାଲ ଗାଁ ନିକଟରେ ରେକି କରୁଥିବା ବେଳେ କେଲେପାଲ ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ନେଇ ନାରାୟଣପୁର ଥାନା ପୁଲିସ ସୂଚନା ପାଇଥିଲା। ପରେ ସେଠାରେ କମ୍ବିଂ ଅପରେସନ୍ ଅରେମ୍ଭ କରିଥିଲା ପୁଲିସ। ତେବେ ପୁଲିସକୁ ଦେଖି ସେଠାରେ ଥିବା ନକ୍ସଲମାନେ ଗୁଳି ଚଳାଇବାରୁ ପୁଲିସ ପାଲଟା ଜବାବ ଦେଇଥିଲା। ପ୍ରାୟ ୧୫ ମିନିଟ୍ ଧରି ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଏଥିରେ ଜଣେ ନକ୍ସଲଙ୍କ ଦେହରେ ଗୁଳି ବାଜିବାରୁ ଅନ୍ୟ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ପୁଲିସ ସର୍ଚ୍ଚ ଅପରେସନ୍ ଚଳାଇ ଜଣେ ନକ୍ସଲଙ୍କ ମଢତଦେହ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/malkangiri-2-1.jpg)