ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଜଣେ ଆତ୍ମସମର୍ପଣ କରିଥିବା ନକ୍ସଲକୁ ନକ୍ସଲ ଅପହରଣ କରି ନେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଜାନୁୟାରି ମାସରେ ରାମକୃଷ୍ଣ ନାମକ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ତେବେ ସେ ଗତକାଲି ନିଜ ଗାଁ କୋର୍ସାଗୁଡାରେ ରହିଥିବା ନକ୍ସଲ କୌଣସି ସୂତ୍ରରୁ ଜାଣି ପାରିଥିଲେ। ଏହାପରେ ସଶସ୍ତ୍ର ନକ୍ସଲ ଗାଁରେ ପହଞ୍ଚି ହଠାତ ରାମକୃଷ୍ଣକୁ ଅପହରଣ କରି ନେଇଯାଇଥିଲେ।
ବାସାଗୁଡା ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ନକ୍ସଲମାନେ ରାମକୃଷ୍ଣକୁ ଅପହରଣ କରି ନେଇଥିବା ଜଣାପଡ଼ିବା ପରେ ପୁଲିସ ଏନେଇ ତଦନ୍ତ କରୁଥିବା କହିଛି।
ସେହିପରି ସୁକମା ଜିଲ୍ଲାରେ ରାସ୍ତା ନିର୍ମାଣ ବେଳେ ସୁରକ୍ଷା କର୍ମୀ ଏକ ପାଇପ ବୋମାକୁ ଉଦ୍ଧାର କରିଛନ୍ତି। ପାଇପ ବୋମା ୭ କିଲୋ ଓଜନର ବୋଲି କୁହାଯାଇଛି।ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ ବେଳେ ଏହି ବୋମାକୁ ଉଦ୍ଧାର କରିଥିଲେ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହି ବୋମା ଖଞ୍ଚାଯାଇଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/naxal-encounter_1617441961.jpg)