ମାଲକାନଗିରି ସୀମାନ୍ତରେ ପୁଲିସ ଓ ନକ୍ସଲ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ଓଡ଼ିଶା ଓ ଆନ୍ଧ୍ର ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ହାର୍ଡକୋର ନକ୍ସଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ସୂଚନାଯୋଗ୍ୟ: ବିଶେଷ ସୂତ୍ରରୁ ଖବର ମିଳିବା ପରେ ରବିବାର ଓଡ଼ିଶା ଓ ଆନ୍ଧ୍ର ପୁଲିସ ମିଳିତ ଉଦ୍ୟମରେ ପଣଷପୁଟ ଗ୍ରାମ ନିକଟ ଜଙ୍ଗଲରେ  ନକ୍ସଲଙ୍କ କ୍ୟାମ୍ପ ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ନକ୍ସଲ ଯବାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେବାକୁ ଯାଇ ଯବାନମାନେ ବି ନକ୍ସଲଙ୍କ ଉପରକୁ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଓଡ଼ିଶା ଓ ଆନ୍ଧ୍ର ପୁଲିସ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ଏହି ଗୁଳିବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ଘଟଣାସ୍ଥଳରୁ ନକ୍ସଲଙ୍କ ବ୍ୟବହୃତ ଗୋଟିଏ ୩୦୩ବନ୍ଧୁକ ଏବଂ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର