ମାଲକାନଗିରି: ସୀମାନ୍ତ ଛତିଶଗଡ଼ ପୁଲିସକୁ ଲଗାତାର ନକ୍ସଲ ଦମନରେ ସଫଳତା ମିଳିବାରେ ଲାଗିଛି। ଏଥର ଧମତରୀ ପୁଲିସକୁ ମିଳିଛି ସଫଳତା। ଆଜି ଏନକାଉଣ୍ଟରରେ ହାର୍ଡକୋର ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ୍ୟୁବରଣ କରିଥିବା ନକ୍ସଲ ଜଣକ ହେଲା ମଙ୍ଗଲ ମାଡକମ। ମଙ୍ଗଲ ଗାଙ୍ଗଲୁର ଥାନା ଅଂଚଳର କରକା ଗ୍ରାମର ବାସିନ୍ଦା।ନକ୍ସଲ ସଂଗଠନରେ ଦୀର୍ଘ ଦିନ କାମ କରିବା ପରେ ପଦନ୍ନୋତି ପାଇଥିଲା। ବର୍ତ୍ତମାନ ସେ ସେଣ୍ଟ୍ରାଲ କମିଟି ମେମ୍ବର ଗଣେଶ ଉଇକାର ଅଙ୍ଗରକ୍ଷକ ଥିଲା। ସରକାର ମଙ୍ଗଲ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଛତିଶଗଡ଼ରେ ମଧ୍ୟ ଲୋକସଭା ନିର୍ବାଚନ ଚାଲିଥିବା ଯୋଗୁଁ ପୁଲିସ, ସିଆରପିଏଫ, ଡିଆରଜି, ଏସଟିଏଫ ଯବାନ ଲଗାତାର ଜଂଗଲରେ ପଶି ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି। ଯେଉଁଥିପାଇଁ ସଫଳତା ଲଗାତାର ମିଳୁଛି।