ମାଲକାନଗିରି: ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନକ୍ସଲ ସରପଞ୍ଚଙ୍କ ସ୍ବାମୀଙ୍କୁ ଗୁଳି ହତ୍ୟା କରିଥିବା ଜଣାପଡିଛି। ହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୁଲିସ ଇନଫର୍ମର ସଂଦେହରେ ନକ୍ସଲ ହତ୍ୟା କରିଥିବା ଜଣାପଡିଛି। ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ବିଜାପୁର ଜିଲ୍ଲାର କୁଟୁର ଥାନା ଅନ୍ତର୍ଗତ ଆଟାବାଲି ଗ୍ରାମରେ ପହଞ୍ଚିଥିଲେ।ଏହି ଗ୍ରାମର ମହିଳା ସରପଞ୍ଚଙ୍କ ସ୍ବାମୀ ଘନଶ୍ୟାମ ମାଣ୍ଡବିଙ୍କୁ ନକ୍ସଲ ଖୋଜିଥିଲେ।କିନ୍ତୁ ପରେ ସେ ତାଡମେର ଗ୍ରାମକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଖବର ପାଇବା ପରେ ସେଠାରୁ ତାକୁ ଅପହରଣ କରିନେଇ ଜଂଗଲରେ ନିର୍ଦ୍ଧୁମ ପିଟିଥିଲେ। ପରେ ଗୁଳି କରି ହତ୍ୟା କରିଥିଲେ।

Advertisment

ଗତ ତିନି ଦିନ ହେଲା ନକ୍ସଲ ଏଠାରେ ନିଜର ଉପସ୍ଥିତ ଜାହିର କରିଆସୁଛନ୍ତି। ଗତକାଲି ଏହି ଅଂଚଳରେ ନକ୍ସଲ ପୋଷ୍ଟର ଏବଂ ବ୍ୟାନର ମାରି ଭୁମକାଲ ଦିବସ ପାଳନ ନେଇ ଆହ୍ବାନ କରିଥିଲେ। ଏହି ସମୟରେ ନକ୍ସଲ ହିଂସାତ୍ମକ ହୋଇପଡନ୍ତି। ଏହି ଘଟଣା ପରେ ଏହି ଅଂଚଳରେ ଭୟର ବାତାବରଣ ଖେଳିଯାଇଛି।ପୁଲିସ ଘଟଣା ସଂପର୍କରେ ଅବଗତ ହେବା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛି।

ପ୍ରକାଶ ଥାଉକି ଗତ ୨୦୨୧ ମସିହାରେ ୫୦ ଜଣ ନକ୍ସଲଙ୍କୁ ପୁଲିସ ମାରିଥିବା ବେଳେ ୫୫୫ ଜଣ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିସାରିଲେଣି, ଯାହାଫଳରେ ନକ୍ସଲଲ ଏବେ ସଂଗଠିତ ହେବା ପାଇଁ ଲୋକଙ୍କୁ ଭୟଭିତ କରୁଛନ୍ତି। ସଂଗଠନ ଦୁର୍ବଳ ହେଉଥିବାରୁ ସେଭଳି କିଛି ହୋଇନଥିବା ନେଇ ଲୋକଙ୍କୁ ଏଭଳି ହିଂସା ଘଟାଇ ଅବଗତ କରାଉଥିବା ପୁଲିସ କହିଛି।