ଛତିଶଗଡ଼ରେ ଜଣେ ଗ୍ରାମବାସୀକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଵାଡି ଜିଲ୍ଲାର ବାରାସୁର ଥାନା ଅନ୍ତର୍ଗତ ମଙ୍ଗନାର ଏବଂ ତୁଲାରଗୁମ୍ଫା ମଧ୍ୟରେ ଜଣେ ଗ୍ରାମବାସୀକୁ ପୁଲିସ ଇନଫର୍ମର ଦର୍ଶାଇ ନକ୍ସଲ ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇଥିବା ଜଣାପଡିଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ କରାଇଛି। ତେବେ ଗ୍ରାମବାସୀ ଜଣକ ମାନସିକ ବିକୃତ ଥିବା ବେଳେ ନକ୍ସଲ କରିଡର ଭିତରେ ବୁଲୁଥିଲା।ଯାହାଫଳରେ ନକ୍ସଲ ପୁଲିସର ସୂଚନାଦାତା ଭାବି ତାକୁ ହତ୍ୟା କରିଥିବା ଜଣାପଡିଛି। ତେବେ ପୁଲିସ ଏହି ଘଟଣାର ତଦନ୍ତ କରୁଥିବା କହିଛି।

ସମ୍ବନ୍ଧିତ ଖବର