ଗଣମାଧ୍ୟମକୁ ତିନି ପୃଷ୍ଠାର ଚିଠି ଲେଖି ଆସନ୍ତା ୨୦ରେ ମାଲକାନଗିରି ବନ୍ଦ ଡାକରା ଦେଲେ ମାଓବାଦୀ

ମାଲକାନଗିରି: ଗଣମାଧ୍ୟମକୁ ତିନି ପୃଷ୍ଠାର ଚିଠି ଲେଖିଲେ ମାଓବାଦୀ ଆସନ୍ତା ନଭେମ୍ବର ୨୦ରେ ମାଲକାନଗିରି ବନ୍ଦ ଡାକରା ଦେଇଛନ୍ତି। ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶିଆଲ ଜୋନାଲ କମିଟି(aobszc)ର ମାଓବାଦୀ ଜାଗବନ୍ଧୁ ତିନି ପୃଷ୍ଠା ସମ୍ବଳିତ ଚିଠିରେ ପୁଲିସ ଏନକାଉଣ୍ଟର କଥା ଉଠାଇଛନ୍ତି।

ଜାଗବନ୍ଧୁ  ଗତ ଅକ୍ଟୋବର ୧୨ରେ ପାନ୍‌ସପୁଟ ଏନକାଉଣ୍ଟର ଏବଂ ନଭେମ୍ବର ୫ରେ ହୋଇଥିବା ସିନ୍ଦୂର ପଲ୍ଲି ଏନକାଉଣ୍ଟରକୁ ଏଥିରେ ବିରୋଧ କରାଯାଇଥିବା କଥା ଚିଠିରେ ଉଲ୍ଲେଖ କରିଛନ୍ତି। ସିନ୍ଦୂର ପଲ୍ଲୀ ଏନକାଉଣ୍ଟରରେ ୩ଜଣ ବିପ୍ଳବୀ ନେତା କମ୍ରେଡ, ସୁଶୀଲ ଓ ସୁଶୀଳା ଆକାଙ୍କ ମୃତ୍ୟୁ ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଥିବା କୁହାଯାଇଛି ।

ସେହିପରି ୨୦୧୪ରେ ମୋଦି ସରକାର ଆସିବା ପରଠାରୁ ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବା କଥା ଉଲ୍ଲେଖ ରହିଛି। ପ୍ରଜା ପରିଚାଳିତ ଦେଶରେ ଏହି ସରକାର କେବଳ କମ୍ପାନିମାନଙ୍କ ପାଇଁ କାମ କରୁଥିବା କୁହାଯାଇଛି। ସାଧାରଣ ଲୋକ ନିଜ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କଲେ ଓଡିଶା ଓ ଆନ୍ଧ୍ର ସରକାର ସେମାନଙ୍କ ଅଧିକାରକୁ ଦବାଇ ଦେଉଛନ୍ତି ଓ ମାଓବାଦୀଙ୍କ ନାମରେ ଅତ୍ୟାଚର କରାଯାଉଛି ବୋଲି ବୋଲି ଚିଠିରେ ଲେଖିଛନ୍ତି ଜାଗବନ୍ଧୁ । ନଭେମ୍ବର ୨୦ ବନ୍ଦକୁ ସଫଳ କରିବାକୁ ମାଓବାଦୀ  ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶିଆଲ ଜୋନାଲ କମିଟ ସଦସ୍ୟ ଜଗବନ୍ଧୁ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର